ବୌଦ୍ଧ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଲକସ୍ତରୀୟ ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ ମାଝୀଙ୍କୁ ସି ଆର ସି ସି ମାନଙ୍କ ତରଫରୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ମୋ ସ୍କୁଲ ଅଭିଯାନ, ଗୁରଦିବସରେ ପୂର୍ବ ଛାତ୍ର ମାନଙ୍କର ଅନ ଲାଇନ ମିଟିଙ୍ଗ କରିବା, ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସ୍ୱୟଂ ସହାୟିକା ଦଳକୁ ବିଦ୍ୟାଳୟ କାର୍ଯ୍ୟରେ ଯୋଡିବା ଆଦି ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ପ୍ରଶିକ୍ଷିକା ଡ ଅନୁପମା ମେହେର ଜାତୀୟ ଶିକ୍ଷାନୀତିର ବିଦ୍ୟାଳୟ ତ୍ୟାଗୀ (ଡ୍ରପ ଆଉଟ )ଉପରେ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘିବେଲା ମୋ ସ୍କୁଲ ଅଭିଯାନ ସମସ୍ତ ସ୍କୁଲରେ ଲାଗୁହେବ, ସମସ୍ତ କାର୍ଯ୍ୟରେ ବ୍ଲକକୁ ଅଗ୍ରଣୀ କରିବାକୁ ସି ଆର ସି ସି ମାନଙ୍କୁ ପରାମର୍ଶ ଦେଇଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦଳବେହେରା ସ୍କୁଲ ସେଫଟି କମିଟି, ୟୁ ସି ସଂଗ୍ରହ, ଅନ ଲାଇନ ଶିକ୍ଷଣ ତଥା ନବମ ଓ ଦଶମ ଶ୍ରେଣୀର ଉପସ୍ଥାନ ବିବରଣୀ, ଲେଣ୍ଡ ରେକର୍ଡ ନଥିଲେ ଆବେଦନ କରିବେ ଆଦି ବିଭାଗୀୟ ବିଷୟରେ ଆଲୋଚନା କରିଥିଲେ । ସି ଆର ସି ସି ନିରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ । ସି ଆର ସି ସି ରାଜକୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର କରଡ଼ିଆ, ଲବ କିଶୋର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ସନତ ବାରିକ, ଅରବିନ୍ଦ ମହାଲିକ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ ।

Comments (0)
Add Comment