ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଉଦ୍‌ଯାପିତ

ବୌଦ୍ଧ,୨୮/୪- ଗତ ୪ଦିନ ଧରି ଚାଲିଥିବା ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକମେଳାର ଉଦଯାପନୀ ଦିବସର ଶେଷ ସାନ୍ଧ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, ଉପ ମୁଖ୍ୟଯନ୍ତ୍ରୀ ବଲାଙ୍ଗୀର, ଖୋର୍ଦ୍ଧା ରୋଡ ରେଲୱେ ଲିଙ୍କ ପ୍ରୋଜେକ୍ଟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାନ୍ତି, ସଭାପତି ଭାବେ ଜ଼ିଲ୍ଲାପାଳ ତଥା ଅଧ୍ୟକ୍ଷ, ଜ଼ିଲ୍ଲା ସଂସ୍କୃତି ପରିଷଦ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା ସଂଯୋଜନା କରିଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ବାବା ଗୁପ୍ତେଶ୍ୱର ଦଣ୍ଡ ନୃତ୍ୟ ଓ ଗବେଷଣା କେନ୍ଦ୍ର, ମର୍ଜାକୁଦ -ପତର ସଉରା, ସଂକୀର୍ତନ, ମର୍ଜାକୁଦ, କଳାଞ୍ଜଳି -ଚଢେ଼ୟା ଚଢେୟାଣି, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ )ସହ ପୂଜାର୍ଚ୍ଚ଼ନା ଓ ମଙ୍ଗଳ ଆଳତୀ, ବାବା ବୈଦ୍ୟନାଥ ନାଟ୍ୟକଳା ପରିଷଦ, ସରସରା, ଶ୍ରୀରାମଲୀଳା ଯାତ୍ରା, ସୀତା ଚୋରି, ଅନିତା ରାଜଗୁରୁ, ଅନୁଗୁଳ -ଶିବ ତାଣ୍ଡବ, ମା ରୁଦ୍ର ଭୈରବୀ କ୍ଲବ, ବୌଦ୍ଧ -ଆଦିବାସୀ ଲୋକ ନୃତ୍ୟ, ଆକୃତି, ବୌଦ୍ଧ, ଭାରତୀୟ ଲୋକ ନୃତ୍ୟ, ରଙ୍ଗ ଫରୁଆ, ସମ୍ବଲପୁର,-ଧାପ, ଲୋକ ନୃତ୍ୟ, ସୁରୁ ଭୁଙ୍ଗୁ, ରେଢ଼ାଖୋଲ -ଚୁଟକୁ ଚୁଟା, ଲୋକନୃତ୍ୟ, ସୃଷ୍ଟି ଡାନ୍ସ, ବୌଦ୍ଧ -ଲୋକ ନୃତ୍ୟ, ଆଠମଲ୍ଲିକ, ଅନୁଗୁଳର ଦଣ୍ଡ ନୃତ୍ୟ, ତ୍ରିଶୂଳ ଏଣ୍ଡ ଗ୍ରୁପ -ମେଲୋଡି ପରିବେଷଣ କରିଥିଲେ । ପରେ ପରେ କଳାକାର, ସଂଯୋଜକ, ଅଧିକାରୀ, କର୍ମଚାରୀ, ରାମଲୀଳାର କଳାକାର, ସାହିତ୍ୟିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପରେ ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ରଥ କଚେରୀ ପଡିଆରେ ପହଞ୍ଚିଥିଲା ଏବଂ ସେଠାରେ ସେମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା । ମଞ୍ଚରେ ସବୁବର୍ଗର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ସହକାରୀ ଜ଼ିଲ୍ଲାପାଳ ବିରଞ୍ଚିି ଧରୁଆ, ସାହିତିକ ନୀଳଲୋହିତ ମହାପାତ୍ର, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ପି.ଡି.ଡି.ଆର.ଡି.ଏ ଅଶ୍ୱିନୀ କୁମାର ମେହେର, ସ୍ଥପତି ସୁମନ ଷଡଙ୍ଗୀ, ନିଜରତ ଅଧିକାରୀ, ଏନ. ଏ. ସି. ଚେୟାରମ୍ୟାନ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ସହଯୋଗ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment