ବୌଦ୍ଧ,୧୯/୧୦ – ଶଗଡାସ୍ଥିତ ଆହ୍ୱାନ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଛୁରୀ ଦେଖାଇ ୮ ହଜାର ଟଙ୍କା ଲୁଟି ନେଇଥିବା ମାମଲାରେ ମନମୁଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ହେଲେ ସୋନପୁର ପଟାଭାଡି ଗ୍ରାମର ଯଶୋବନ୍ତ ମଲ୍ଲିକ (୨୫), ରଂଜନ ଜୁଗୁନିଆ (୨୫) ଓ ବଲଦାପାଲି ଗ୍ରାମର ରମେଶ ମଲ୍ଲିକ (୨୫) ଓ ସେମାନେ ଡକାୟତିରେ ବ୍ୟବହାର କରିଥିବା ଛୁରୀ ଓ ଗୋଟିଏ ବାଇକ ଜବତ୍ କରିଛି ମନମୁଣ୍ଡା ପୋଲିସ । ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ୧୫୨/୨୦୨୦ ରେ ଏକ ମାମଲା ରୁଜୁକରି ଗତକାଲି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।