ବୌଦ୍ଧ/ଜହ୍ନ ।ପଙ୍କ,୧୩/୯- ରବିବାର ସନ୍ଧ୍ୟାରୁ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଜହ୍ନ ।ପଙ୍କ-ଖମାରିପଡା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁ ନାଳ ଉପରେ ଆଜି ସକାଳୁ ଦିନ ପ୍ରାୟ ୧୧ ଟା ପର୍ଯ୍ୟନ୍ତ ମୁଣ୍ଡାପଡା ପଂଚାୟତର କୃଷ୍ଣପାଲି,ଖମାରିପଡା, କମିରା ଓ ଖଣ୍ଡପଡା ଆଦି ୪ ଟି ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେତୁ ନାହିଁ ନଥିବା ଅସୁବିଧାର ସନମୁଖୀନ ହୋଇଛନ୍ତି । ଏପରିକି ସ୍ୱାସ୍ଥ୍ୟସେବା ଭଳି ଜରୁରୀ କାଳୀନ ସେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି ରାସ୍ତାରେ ଉଚ୍ଚ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସି ଦୀର୍ଘ ଦିନରୁ ଦାବି କରିଆସୁଥିଲେ । ଫଳରେ ଏହି ରାସ୍ତାର ଉନ୍ନତିକରଣ ସଙ୍ଗେ ସଙ୍ଗେ ଜାମ୍ବୁ ପୋଲକୁ ଉଚ୍ଚ ଼ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁରୀ ହୋଇଥିଲା । ରାସ୍ତାର ଜ ।ମ୍ବୁପୋଲ ଉପରେ ପୋଲ ନିର୍ମାଣ ପାଇଁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ୧୨/୦୨/୨୦୨୧ ତାରିଖରେ ଶୁଭ ଦେଇଥିଲେ । ଆଶାଥିଲା ଅଞ୍ଚଳବାସୀ ଆଉ ବର୍ଷାଦିନେ ବିଚ୍ଛିନ୍ନତାରୁ ବାଦ ପଡିବେ । ଏପରିକି ରାସ୍ତା ନିର୍ମାଣ ପାଇଁ ଠିକାଦାର ବାଇପାସ ରୋଡ ମଧ୍ୟ ତିଆରି କରିଥିଲେ । କିନ୍ତୁ କେଉଁ କାରଣରୁ ଠିକାଦାର ଏଠାରୁ କେମ୍ପ ଉଠାଇନେଲେ ତାହା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭିନ୍ନ ସମୟରେ ଏହି ବାଟ ଦେଇ ପ୍ରଶାସନିକ ଅଧିକାରୀ ଯାଉଥିବାବେଳେ ଏବଂ ସ୍ଥାନୀୟ ବିଧାୟକଙ୍କ ନିଜ ଘର ବିଜ ।ପଦରକୁ ଏହି ବାଟ ଦେଇ ଯାଉଥିବା ବେଳେ ଏହି ରାସ୍ତା ଉପରେ କେବେ ଶୁଭ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଜୁଲାଇ ୨୯ ତାରିଖରେ ଏହି ନାଳ ଉପରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ଯୋଗୁଁ ୬ ଘଣ୍ଟା ମୁଣ୍ଡାପଡା ପଞ୍ଚାୟତ ର ଏହି ଚାରି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପୋଲକୁ ଯଦି ନିର୍ମାଣ କରାନଯାଏ ତେବେ ଅଞ୍ଚଳବାସୀ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।