କୋଭିଡ ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କୁ ନେଇ ବୈଠକ

ବୌଦ୍ଧ,୨୬/୪ – ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ଠାରେ ଜିଲ୍ଲାରେ ଦେଖାଦେଇଥିବା ସାଂପ୍ରତିକ କୋଭିଡ ପରିସ୍ଥିତିର ସୁପରିଚାଳନା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ବ୍ଲକ ତଥା ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, କୋଭିଡ ପରିଚାଳନା ରୋଗୀ ଚିହ୍ନଟ, ସେମାନଙ୍କ ସହିତ ମିଶିଥିବା ଲୋକଙ୍କ ଚିହ୍ନଟିକରଣ କରାଯିବାକୁ ଏ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନଙ୍କୁ ପରିଚୟ ପତ୍ର ଦେଇ ସେମାନଙ୍କୁ ସୂଚନା ଓ ସଚେତନତା ପତ୍ର ପ୍ରଦାନ କରାଯିବାକୁ ଆଲୋଚନା କରାଯାଇଥିଲା । ଏହାସହିତ ରାଜ୍ୟ ସରକାରଙ୍କ କୋଭିଡ ସଂଗ୍ରାମୀ ୱେବସାଇଟରେ ସେମାନଙ୍କ ତଥ୍ୟ ରଖାଯିବ ବୋଲି କୁହାଯାଇଛି । ଏହି ବୈଠକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲାର ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment