ସ୍କୁଲ ଗେଟ ସଂପୂର୍ଣ୍ଣ ହେବ କେବେ ?

ଜହ୍ନାପଙ୍କ,୨୧/୧୨- ବୌଦ୍ଧ ବ୍ଳକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ନୋଡାଲ ଉଚ୍ଚ଼ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ହୋଇ ନାହିଁ । ସୂଚନାମତେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୯୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୧ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ସ୍କୁଲର ଉନ୍ନତି ପାଇଁ ୨୦୧୮ ମସିହାରେ ୧୨ ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲା । ଏଥିରେ ଡାଇନିଂ ହଲ, ଖସଡ଼ା, ସ୍କୁଲ ଗେଟର ଉନ୍ନତି କରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କେବଳ ଡାଇନିଂ ହଲ କାମ ସଂପୂର୍ଣ୍ଣ ହୋଇଥିବାବେଳେ ବାକିସବୁ ଅସମ୍ପୂର୍ଣ୍ଣ ହୋଇପଡିରହିଛି । ଫଳରେ ଶୈକ୍ଷିକ ପରିବେଶ ନଷ୍ଟ ହେଉଥିବା ପୂର୍ବତନ ପ୍ରଧାନଶିକ୍ଷକ ନନ୍ଦି କିଶୋର ପ୍ରଧାନ ପ୍ରକାଶ କରିଛନ୍ତି । ଏନେଇ ଡିପିଇପି କନିଷ୍ଠ ଯନ୍ତ୍ରୀ ପରେଶ ବେହେରାଙ୍କୁ ଯୋଗାଯୋଗ କରିବାରୁ ୧୨ଲକ୍ଷ ପ୍ରପୋଜ ।ଲ ଦିଆ ଯାଇଥିଲା କିନ୍ତୁ ୮ ଲକ୍ଷ ଅନୁଦାନ ଆସିଥିଲା ଏବଂ ସେତିକିରେ ଯାହାସଂପୂର୍ଣ୍ଣ କରିବାକଥା କରାଯାଇଛି । ଯାହା ଅସଂପୂର୍ଣ୍ଣ ଅଛି ତାହା ସ୍କୁଲକୁ ଆସୁଥିବା ଅନୁଦାନରୁ ସଂପୂର୍ଣ୍ଣ କରାଯାଇପାରିବ ବୋଲି କହିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment