ବୌଦ୍ଧ: ଆଜି ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ, କଣ୍ଟାମାଳ ବ୍ଲକରୁ ସର୍ବାଧିକ ୧୯

ବୌଦ୍ଧ,୨୧/୬- ଆଜି ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି ବୌଦ୍ଧ ବ୍ଲକରୁ ୬ ଜଣ, ହରଭଙ୍ଗା ବ୍ଲକରୁ ୧୧ଜଣ , କଣ୍ଟାମାଳରୁ ୧୯, ବୌଦ୍ଧ ଏନଏସିରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ବୌଦ୍ଧସହରରେ ଏବେ କରୋନା ସଂକ୍ରମଣ କମୁଥିବାବେଳେ ବ୍ଲକମାନଙ୍କରେ ସଂକ୍ରମଣ ରହିଛି । କଣ୍ଟମାଳ ବ୍ଲକରୁ ସର୍ବାଧିକ ୧୯ଜଣ ଆଜି ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜିପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ମୋଟ ୧୧୯୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗତକାଲିସୁଦ୍ଧା ୧୧୩୧୫ ଜଣ ସୁସ୍ଥ ହୋଇ ଯାଇଥିବା ବେଳେ ୫୨୦ ଜଣ ଚିକିତ୍ସାଧୀନ ଓ ରିପୋର୍ଟ ଅପେକ୍ଷାରେ ୪୩୨ ଜଣ ରହିଛନ୍ତି ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ସରକାରୀ ଭାବେ ଆଜିସୁଦ୍ଧା ୭୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Comments (0)
Add Comment