ବୌଦ୍ଧ: ଜିଲ୍ଲାରୁ ୧୬ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୨୪୭, ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

ବୌଦ୍ଧ,୨/୭- ଆଜି ଜିଲ୍ଲାରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ଟିକରପଡା ପଞ୍ଚାୟତ ବାହାଲପଡା ଗ୍ରାମରୁ ଜଣେ, ବଘିଆପଡା ପଞ୍ଚାୟତ ଦୁର୍ଗାପ୍ରସାଦ ଗ୍ରାମରୁ ଜଣେ, ବଢିଗାଁ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ଜଣେ, ଖୁଣ୍ଟବନ୍ଧ ପଞ୍ଚାୟତ ମର୍ଜାଦପୁର ଗ୍ରାମରୁ ଜଣେ, ବାଉଁଶୁଣୀ ପଞ୍ଚାୟତ ବାଉଁଶୁଣୀ ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ବାହାଲି ଗ୍ରାମରୁ ଓ ଚାରିଛକ ଗ୍ରାମରୁ ଜଣେ ଲେଖାଏଁ, ଧଳପୁର ପଞ୍ଚାୟତ ସାକୁସିଙ୍ଗା ଗ୍ରାମରୁ ଜଣେ, କୁଶଙ୍ଗ ପଞ୍ଚାୟତ ତିରଡ ଗ୍ରାମରୁ ୨ଜଣ, ସାଂପୋଚ ପଞ୍ଚାୟତ ଭରତପୁର ଗ୍ରାମର ଜଣେ, ସରସରା ପଞ୍ଚାୟତ ସରସରା ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଜୁନାନୀ ଗ୍ରାମରୁ ଜଣେ, ଗୁଡଭେଲିପଦର ପଞ୍ଚାୟତ ଗୁଡଭେଲିପଦର ଗ୍ରାମରୁ ଜଣେ, ରୁଣ୍ଡିମହୁଲ ପଞ୍ଚାୟତ ରୁଣ୍ଡିମହୁଲ ଗ୍ରାମରୁ ଜଣେ, ଘଣ୍ଟାପଡା ପଞ୍ଚାୟତ ମାଣିକପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୪୭ ରେ ପହଞ୍ଚିଛି ।

Comments (0)
Add Comment