ଦିବ୍ୟାଙ୍ଗ ଦଂପତ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ

ବୌଦ୍ଧ,୩୦/୭- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏକ ଦିବ୍ୟାଙ୍କ ଦଂପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଦିବ୍ୟାଙ୍କ ଦଂପତ୍ତି ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପନଖିମାଳର ସଞ୍ଜୟ ତରିଆ ଓ ସସ୍ମିତା ସିଂ । ସେମାନେ ୬ମାସ ପରେ ସମୁଦାୟ ଅର୍ଥର ୧୦ ପ୍ରତିଶତ ଉଠାଇ ପାରିବେ ଏବଂ ଆଉ ୬ମାସ ପରେ ଅର୍ଥାତ ବର୍ଷେ ପରେ ଉକ୍ତ ଅର୍ଥର ୧୦ ପ୍ରତିଶତ ଉଠାଇ ପାରିବେ । ବଳକା ୨ଲକ୍ଷ ଟଙ୍କା ୩ବର୍ଷ ପରେ ମୂଳ ଓ ସୁଧ ସହିତ ଉଠାଇ ପାରିବେ । ସଞ୍ଜୟ ତରିଆଙ୍କ ଆର୍ଥିକ ଉନ୍ନତି ପାଇଁ ଏକ ଛୋଟ ବ୍ୟବସାୟ ଆରମ୍ଭ କରିବାପାଇଁ ଜିଲ୍ଲାପାଳ ଏହି ଅବସରରେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment