ବୌଦ୍ଧ,୩୦/୭:- ବୌଦ୍ଧବ୍ଲକ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀଶିକ୍ଷା ଅଧିକାରୀ ଧୃବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବୌଦ୍ଧର ଅଧ୍ୟକ୍ଷ ବାମଦେବ ତ୍ରିପାଠୀ ଉପସ୍ଥିତ ରହି ଏଫ ଏଲ ଏନ ଉପରେ ବିଶଦଭାବେ ଆଲୋଚନା କରିଥିଲେ । ସିଆରସିସିମାନେ ସ୍ୱତନ୍ତ୍ର ଯୋଜନା କରି ଏହା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ । ଶିକ୍ଷକ ପ୍ରଶିକ୍ଷିକା ନିହାରିକା ସାମନ୍ତରାୟ, ଅନୁପମା ମେହେର ଓ ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘିବେଲା ପିଲାମାନଙ୍କ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବାପାଇଁ ସିଆରସିସିମାନେ ନିଜ ନିଜ କ୍ଲଷ୍ଟର ସ୍ତରରେ କାର୍ଯ୍ୟ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାସହିତ ବିଭିନ୍ନ ୟୁ ସି ସଂଗ୍ରହ, ମୋ ସ୍କୁଲ ଅଭିଯାନ ଉପରେ ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ବିଦ୍ୟାଳୟ ପୋଷାକ, ଏଲ ପି ଜି ଗ୍ୟାସ ସହିତ ବିଭାଗୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ସମସ୍ତ ସିଆରସିସିଙ୍କ ସହିତ କାର୍ଯ୍ୟାଳୟ ସହାୟକମାନେ ଉପସ୍ଥିତ ଥିଲେ । ସିଆରସିସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।