ବୌଦ୍ଧ,୩/୮: ବୌଦ୍ଧଜିଲ୍ଲାରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । ଆଜି ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଗତକାଲି କେବଳ ହରଭଙ୍ଗା ବ୍ଲକରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ଆଜି ବୌଦ୍ଧବ୍ଲକ ଟିକରାପଡା ପଞ୍ଚାୟତ ମେଣ୍ଢିମାଳ ଗ୍ରାମରୁ ଜଣେ ଓ କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ କପାସିରା ଓ ମନମୁଣ୍ଡା ଗ୍ରାମରୁ ଜଣେ ଲେଖାଏଁ, ରୁଣ୍ଡିମହୁଲ ପଞ୍ଚାୟତ ରୁଣ୍ଡିମହୁଲ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇଲେ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୧୨୫୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ୧୨୩୫୧ ଜଣ ସୁସ୍ଥ ହୋଇଥିବା ୬୪ଜଣ ଚିକିତ୍ସାଧୀନ ଥିବା ଓ ୧୦୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।