୧୫ ପ୍ରତିଶତ ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦାବୀରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ବୌଦ୍ଧ,୭/୮- କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏମ.ଓ.ୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତି ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ନାମାରେ ପୂର୍ବରୁ ଏମ.ଓ.ୟୁରେ ସାମିଲ ହୋଇନଥିବା ସ୍କୁଲମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଏଷ୍ଟାବ୍ଲିଶମେଣ୍ଟ ଆଦି ଅନ୍ୟାନ୍ୟ ସମସ୍ତ ଫିକୁ ଛାଡି କେବଳ ପିଲାଙ୍କ ପାଠ ପଢ଼ାରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫି ଅର୍ଥାତ ଟିଉସନ ଫିରୁ ୧୫ % ଛାଡ଼ କରି ଆଦାୟ କରିବାକୁ କୁହାଯାଇଛି । ଗତ ଜୁନ ୩ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପହଞ୍ଚିବାର ଦୁଇମାସ ପରେ ମଧ୍ୟ ନିର୍ଦ୍ଦେଶ ସଠିକ ଭାବେ କାର୍ଯ୍ୟ କାରି ହୋଇପାରିନଥିବା ଅଭିଯୋଗ କରି ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଜିଲ୍ଲା ଆବାହକ କୃତିବାସ ପଲିଆ ପ୍ରମୁଖ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ସାତ ଦିନ ଭିତରେ ଡିଇଓଙ୍କୁ କହି ବିଭିନ୍ନ ପ୍ରାଇଭେଟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମହାସଂଘ ପ୍ରତିନିଧି ଦଳ ମଧ୍ୟରେ ବୈଠକ ହୋଇ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳ ଏହାକୁ ତୁରନ୍ତ କାଯ୍ୟକରି କରିବାକୁ କହିଥିବା ମହାସଂଘର ଜିଲ୍ଲା ସମ୍ପାଦକ ବିକାଶ ମହାକୁଡ଼,ସହ -ଆବାହକ ଶୁଶିଲ ଦେହୁରୀ, କୃଷ୍ଣଚନ୍ଦ୍ର କମ୍ପ, ଉପଦେଷ୍ଟା ପରଦେଶୀ ବେହେରା, ଦେବାଶିଷ ପୁରୋହିତ, ଯାମିନୀ ମୁଖୀ, ବିଶ୍ୱମୋହନ ଶତପଥି , ସଦସ୍ୟ ରହିତାଶ୍ୱ ବେହେରା, ବେଣୁଧର ମେହେର, ନାରାୟଣ ନାୟକ, ସୁଧାଂଶୁ ଶେଖର ଦେଓ ଶାରଙ୍ଗଧର ଭୋଇ ପ୍ରମୁଖଙ୍କ ସ୍ୱାକ୍ଷର ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

Comments (0)
Add Comment