ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତବାସୀ ଖରଭୂଇଁ ଗ୍ରାମରେ ଥିବା ପଥର କ୍ରସର ୟୁନିଟ ବନ୍ଦ ହେବା ଯୋଗୁଁ ଶତାଧିକ ଗ୍ରାମବାସୀ ରୋଜଗାର ହରାଇଛନ୍ତି । ଆଜି ଜିଲ୍ଲାପାଳଙ୍କୁ କ୍ରସର ଚାଲୁପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କ୍ରସର ବନ୍ଦ ହେବା ଯୋଗୁଁ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା ଚିପ୍ସ, ମେଟାଲ, ପଥର, ଡଷ୍ଟ ଇତ୍ୟାଦିର ଅଭାବ ଦେଖାଦେଇଛି । ଏହାବ୍ୟତୀତ ଖରଭୂଇଁ ଗ୍ରାମସହିତ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ ମାନଙ୍କର ଶହଶହ ଲୋକ କ୍ରସର ୟୁନିଟ ବନ୍ଦ ଯୋଗୁଁ ଜୀବିକା ହରାଇ ବେରୋଜଗାର ହୋଇପଡିଛନ୍ତି । ତେଣୁ କ୍ରସର ୟୁନିଟ ଗୁଡିକ ଶୀଘ୍ର ଚାଲୁ କରାଗଲେ ସମସ୍ତଙ୍କୁ ରୋଜଗାର ମିଳିବାସହ ଅସଂପୂର୍ଣ୍ଣ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହୋଇପାରିବ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏପିଡିଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।