ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୧ ତମ ଜନ୍ମ ଦିବସକୁ ବୌଦ୍ଧଜିଲ୍ଲା ବିଜେପି ତରଫରୁ ନିଆରା ଢଙ୍ଗରେ ପାଳିତ

ବୌଦ୍ଧ,୧୭/୯- ଜିଲ୍ଲାର ସମସ୍ତ ବୁଥ, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ଜିଲ୍ଲା କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମ ଦିବସ ନିଆରା ଢଙ୍ଗରେ ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ବିଭିନ୍ନ ଦେବା ଦେବୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିବା ସଙ୍ଗେ ସଙ୍ଗେ ମୋଦିଜୀଙ୍କ ନିରାମୟ ଜୀବନ ସୁଦୀର୍ଘ ପାଇଁ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଏକ ନିରାଡମ୍ବର ଭାବେ ଜନ୍ମଦିନକୁ ଭାରତ ମାତାଙ୍କ ପାଖରେ ପୂଜା କରାଯାଇ ମୋଦିଜୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୋଦୀ ଜୀ ଙ୍କ ଲୋକାଭିମୁଖୀ, ଗରିବ କଲ୍ୟାଣ ଯୋଜନା ସହ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଉପରେ ବିଭିନ୍ନ ନେତୃବୃନ୍ଦ ଅଭିଭାଷଣ ରଖିଥିଲେ । ଏହାପରେ ଜିଲ୍ଲା ଯୁବମୋର୍ଚ୍ଚା ବିଜେପି ତରଫରୁ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ତତ୍‌ସହିତ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ସଦରମହକୁମା ଡାକ୍ତରଖାନା ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥି ସହିତ ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ବୌଦ୍ଧ ସହର ଜରିଖଣ୍ଡି ଠାରେ ଥିବା ନିରାଶ୍ରୟ ସ୍ଥଳୀର ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

ଏହାପରେ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ସାହାଜପାଲ ଠାରେ ଚାଷୀ ଓ ସେବା ନିବୃତ ଯବାନ ମାନଙ୍କର ଏକ ମିଳିତ ମଞ୍ଚରେ ସମର୍ଦ୍ଧନା ସଭାରେ ଉପଢୌକନ ସହ ପ୍ରମାଣ ପତ୍ର , ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯବାନ ପ୍ରମୋଦ ମହାକୁଡ, ଫନୀ ପତ୍ୟାନନ୍ଦ ହୋତା , ରମାକାନ୍ତ ଚାନ୍ଦ ଦେଶ ମାତୃକାର ସେବା ଓ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନିଷ୍ପତ୍ତି ଓ ଯବାନ୍‌ ମାନଙ୍କର ସର୍ବବିଦ୍ଧ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ଉପରେ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି କଣ୍ଟାମାଳ ଡାକ୍ତରଖାନା ଠାରେ ଆଦିବାସୀ ମୋର୍ଚ୍ଚା ତରଫରୁ ଫଳ ବଣ୍ଟନ କରାଯାଇଥିଲା । ବୀରନରସିଂହ ପୁର ଅନାଥାଶ୍ରମ ଠାରେ ଜିଲ୍ଲା ବିଜେପି ପଛୁଆ ବର୍ଗ ତରଫରୁ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ମାଗୁଣି ଗାଈଗୌରିଆ, ସୁଶାନ୍ତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ଶ୍ରୀମତୀ ମୀନା ରାଣୀ ମିଶ୍ର, ଶ୍ରୀମତୀ ରଶ୍ମିତା ହୋତା, ଅଟଳ ପ୍ରଧାନ, ରବି କୁମାର ଦେଓ, ରାଜୀବ କୁମାର ଦେହୁରୀ, ଇମରାନ ଖାଁ, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ, ବିଶି କେଶନ ପ୍ରଧାନ, ବ୍ୟୋମକେଶ ମହାପାତ୍ର, ସୋନିଆ ସାହୁ, ଯୀଶୁ ପ୍ରଧାନ, ନିରଞ୍ଜନ ଦାନୀ, ଡମ୍ବରୁଧର କହ୍ନର, ଅନିଲ ପ୍ରଧାନ, ପିନାକ ରଣା, ନିରଞ୍ଜନ କର୍ଣ୍ଣ ପ୍ରମୁଖ ବହୁଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Comments (0)
Add Comment