ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସୁରକ୍ଷା ସମ୍ମାନରେ ସମ୍ମାନୀତ ହେଲା ସମାକୂପା ବନ ସୁରକ୍ଷା ସମିତି

ବୌଦ୍ଧ,୮/୧୦- ବୌଦ୍ଧ ଜିଲ୍ଲା ସ୍ତରୀୟ ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଆଜି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ କଣ୍ଟାମାଳ ରେଞ୍ଜର ସମାକୂପା ବନସୁରକ୍ଷା ସମିତିକୁ ୨୦୨୧ ବର୍ଷର ସମ୍ମାନଜନକ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସୁରକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ମହାନଦୀ କୋଲ୍ଡ ଫିଲ୍ଡ, ସମ୍ବଲପୁରର ବରିଷ୍ଠ ପ୍ରବନ୍ଧକ ( ଖଣି ଓ ପର୍ଯ୍ୟାବରଣ) ଡି.କେ.ଖଣ୍ଡ, ଏମ.ସି.ଏଲର ଏମ.ଆର ସାମନ୍ତରାୟ, ନିବେଦିତା ବିଶ୍ୱାଳ, ଅତିରିକ୍ତ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ଜିତେନ୍ଦ୍ର କୁମାର ବେହେରା, ସୌମ୍ୟ ରଞ୍ଜନ ଗୋଛାୟତ ପ୍ରମୁଖ ଯୋଗଦେଇ ସମାକୂପା ବନସୁରକ୍ଷା ସମିତିର ସଭାପତି ଦିବ୍ୟଶଙ୍କର ରାଉତଙ୍କୁ ପ୍ରମାଣପତ୍ର ସହିତ ୫ ହଜାର ଟଙ୍କା ଚେକ ପ୍ରଦାନ କରିଥିଲେ ।

ଗତ ୪୦ ବର୍ଷରୁ ଉଦ୍ଧ୍ୱର୍ ହେଲା ସମାକୂପା ବସ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା ସହିତ, ବନାଗ୍ନୀ କାର୍ଯ୍ୟରେ ଯୋଗଦାନ ଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଥିବା ବେଳେ ଗ୍ରାମ ଚତଃୁପାଶ୍ୱର୍ରେ ରହିଥିବା ପ୍ରାୟ ୭୨ ହେକ୍ଟର ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରି ଆସୁଛନ୍ତି ।

Comments (0)
Add Comment