ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ଗିରାସିଙ୍ଗା ଓ ସାହାଜପାଲ ଫାଇନାଲରେ

ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ପଞ୍ଚମ ଦିବସର ପ୍ରଥମ ସେମିଫାଇନାଲ ମ୍ୟାଚ ଯମଟାଙ୍ଗି ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଗିରାସିଙ୍ଗା ୩ -୦ ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ମୁଣ୍ଡାପଡା ଓ ସାହାଜପାଲ ମଧ୍ୟରେ ହୋଇଥିଲା । ଏଥିରେ ସାହାଜପାଲ ୨-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଗୁରୁବାର ଗିରାସିଙ୍ଗା ଓ ସାହାଜପାଲ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଆଜିର ମ୍ୟାଚକୁ ଅମ୍ବରୀଶ ପ୍ରଧାନ ଓ ବେଦବ୍ୟାସ ମେହେର ପରିଚାଳନା କରିଥିବା ବେଳେ ତାପସ ଭୋକ୍ତା ଓ ନିରଞ୍ଜନ ବଗର୍ତ୍ତି ଲାଇନରେ ସହଯୋଗ କରିଥିଲେ । ବଳରାମ ଶତପଥି ଓ ବସୁଦ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଆଇନଜୀବୀ ଦେବରଞ୍ଜନ ବିଶି, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ପୂର୍ବ ସମିତି ସଭ୍ୟ କାହ୍ନୁ ଚରଣ ଖୁରା, ସ୍ୱେଛାସେବୀ ସୁମନ୍ତ ନାଏକ ,ଦୁର୍ଯ୍ୟୋଧନ ଖଟୁଆ, ରମାକାନ୍ତ ଦଣ୍ଡସେନା, ସୁମନ୍ତ ଝାଙ୍କର, ବିଶ୍ୱନାଥ ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମୁଣ୍ଡାପଡା ପଂଚାୟତ ଓ ଫ୍ରେଣ୍ଡସ କ୍ଳବ ସହଯୋଗରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି ।

Comments (0)
Add Comment