ବୌଦ୍ଧ,୧୬/୮ – ଗତ କାଲିର ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ୩ପୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ବୌଦ୍ଧବ୍ଲକ୍ ରକ୍ସା ପଞ୍ଚାୟତରେ ଯୋଗାଯୋଗ ବିଚ୍ଛିନ୍ନ୍ନ ହୋଇ ପଡିଛି । ବୌଦ୍ଧବ୍ଲକ୍ ଅନ୍ତର୍ଗତ ୫୭ନମ୍ବର ଜାତୀୟ ରାଜପଥର ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଦୁଇ କିଲୋମିଟର ଦୂରରେ ଥିବା ଗହୀର ।ମୁଣ୍ଡା ନାଳରେ ୩ପୁଟ ଉଚ୍ଚ଼ତାରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ୧୦ଖଣ୍ଡ ଗ୍ରାମର ଲୋକମାନେ ପ୍ରଭାବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି ହେଲେ ସେତୁ ନିର୍ମାଣ ନ ହେବାରୁ ବନ୍ୟା ସୃଷ୍ଟି ହୋଇ ଯୋଗାଯୋଗ ବିଛିନ୍ନ ହେବା ସହିତ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ ।