ହରଭଙ୍ଗା,୨୧/୪- ଦିନକୁ ଦିନ କରୋନା ସଂକ୍ରମିତ ବଢିବାରେ ଲାଗିଥିବାବେଳେ, ରାଜ୍ୟ ବାହାରେ ଥିବା ଦାଦନ ଶ୍ରମିକ ବର୍ତ୍ତମାନ ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାହାର ରାଜ୍ୟର ଶ୍ରମିକମାନେ ଅଧିକ କରୋନା ସଂକ୍ରମିତ ହେଉଥିବାଜାଣି, ପୂର୍ବରୁ ସେନେଇ ଜିଲ୍ଲାପ୍ରଶାସନ ତତ୍ପରତା ହୋଇ ବ୍ଲକରେ ଥିବା ବିଭିନ୍ନ ଟିଏମ୍ସି ଗୁଡିକର ଭିତ୍ତିଭୂମି ପରିଦର୍ଶନ କରିଥିବା ଜଣାପଡିଛି । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗାବ୍ଲକ ଗ୍ରସ୍ତ କରି ବ୍ଲକର ବୀରନସିଂହପୁର,ବାଣୀଭୁଷଣପୁର, ଛତ୍ରଙ୍ଗ ସ୍ଥିତ ଥିବା ଟିଏମସି ଗୁଡିକ ବୁଲି ଦେଖିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଟିଏମ୍ସି ଗୁଡିକରେ ୫୦ଟି ଶଯ୍ୟା ବ୍ୟବସ୍ଥା, ପିଇବାପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନରେ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ହରଭଙ୍ଗାବ୍ଲକ ବିଡିଓ ନୀଳକଣ୍ଠ ବେହେରା, ସହକାରୀଯନ୍ତ୍ରୀ ଅର୍ଜୁନ ଗଡନାୟକଙ୍କ ସମେତ ସ୍ଥାନୀୟ ସରପଂଚମାନେ ଉପସ୍ଥିତ ଥିଲେ ।