ବୌଦ୍ଧ /ବାଉଁଶୁଣୀ,୧୯/୩ – ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ଗୋଟିଏ ଗ୍ରାମର ଗୋଟିଏ ଝିଅ (୨୬ ବର୍ଷ )କୁ ଗର୍ଭପାତ ମାମଲାରେ ପ୍ରେମିକକୁ ଗିରଫ କରିଛି ମନମୁଣ୍ଡା ପୋଲିସ । ପ୍ରେମିକ ଜଣକ ଜମଟାଙ୍ଗି ଗ୍ରାମର ସନତ ଭୁକ୍ତା ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଏହି ଝିଅକୁ ଯୁବକଟି ଆଜକୁ ପ୍ରାୟ ୬ ବର୍ଷ ତଳେ ବିବାହର ପ୍ରଲୋଭନ ଦେଖାଇ ତା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ପ୍ରେମିକା ଗର୍ଭବତୀ ହୋଇଯିବାରେ ଗର୍ଭପାତ କଲେ ବାହାହେବ କହି ପ୍ରେମିକ ଦୁଇଥର ଗର୍ଭ ନଷ୍ଟ କରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପରେ ଯୁବକ ବିବାହ କରିବାକୁ ମନାକରିବାରୁ ଝିଅଟି ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛିି । ଥାନା କେସ ନମ୍ବର ୨୯/୨୧ ରେ ଅନୁସାରେ ଅଭିଯୁକ୍ତ ସନତକୁ ମନମୁଣ୍ଡା ପୋଲିସ ଗିରଫ କରିଛି ବୋଲି ଥାନା ଅଧିକାରୀ ଗୋପିନାଥ ପ୍ରଧାନ କହିଛନ୍ତି । ଶନିବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ଠାରୁ ସୁଚନା ମିଳିଛି ।