ବୌଦ୍ଧ,୨୪/୪ – ବୌଦ୍ଧ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମାନିଆ କିନ୍ତୁ ହରକତ କରି ଚାଲିଛନ୍ତି । ସେଥିପାଇଁ ଗତକାଲି ପ୍ରଶାସନ ଓ ପୋଲିସ୍ ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରଖୁନଥିବା ଓ ମାସ୍କ ପିନ୍ଧୁ ନଥିବା ଅମାନିଆ ମାନଙ୍କୁ ସାବାଡ କରୁଥିବା ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଛକ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ସେହିପରି ବାଉଁଶୁଣୀ ପୋଲିସ୍ ମଧ୍ୟ ଗତକାଲି ସନ୍ଧ୍ୟାରେ ବାଉଁଶୁଣୀ ଛକରେ ମାସ୍କ ଚେକିଂ କରୁଥିବା ଦେଖିବାକୁ ମିଳିଥିଲା । ସବ୍ ଇନ୍ସପେକ୍ଟର ଗଣନାଥ ଥନାପତିଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରୁନଥିବା ଓ ମାସ୍କ ପିନ୍ଧୁ ନଥିବା ଲୋକଙ୍କୁ ପୋଲିସ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା । ବାଉଁଶୁଣୀ ପୋଲିସ୍ କୋଭିଡ ନିୟମ ଖିଲାପ କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ହାତ ବାନ୍ଧି ବସି ରହୁଥିବା ସମ୍ପର୍କୀତ ଖବର୍ ଗତକାଲି ଗଣମାଧ୍ୟମରେ ପ୍ରକାଶିତ ହେବାପରେ ସନ୍ଧ୍ୟାରେ ବାଉଁଶୁଣୀ ପୋଲିସ୍ ଆକ୍ସନମୁଡକୁ ଆସିଥିବା ଆଲୋଚନା ହେଉଛି । ଅବଶ୍ୟ ଗତକାଲି ବାଉଁଶୁଣୀ ପୋଲିସ୍ କାହାଠାରୁ ଜୋରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରାଇଥିଲା ।