ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ୍‌ ପାଳିତ

ବୌଦ୍ଧ,୨/୧- ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସକୁ “ବୌଦ୍ଧ ଦିନ୍‌’ ଭାବରେ ଆଜି ପାଳନ କରାଯାଇଛି । ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧଜିଲ୍ଲା ୧୯୯୪ ମସିହା ଜାନୁଆରୀ ୨ ତାରିଖରେ ସ୍ୱତନ୍ତ୍ର ଜିଲାର ମାନ୍ୟତା ପାଇଲା । ଆଜି ବୌଦ୍ଧ ଜିଲା ୨୭ ବର୍ଷରେ ପଦାର୍ପଣ କଲା । ଏହି ଦିନକୁ ବୌଦ୍ଧ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ଭାବରେ ପାଳନ କରାଯାଇଛି । ବୌଦ୍ଧ ମାଟିର ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର, ସମାଜସେବୀ ଐତିହାସିକ ବିଶେଶ୍ୱର ପୃଷ୍ଟିଙ୍କୁ ଏବଂ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ସମ୍ମାନ ୨୦୨୧ ରେ ସମ୍ମାନିତ କରିଛି । ସେନା ତରଫରୁ “ଆମ ବୌଦ୍ଧ ଜିଲା ” ଶିର୍ଷକ କବିତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ୩୫ ଜଣ ପ୍ରତିଯୋଗୀ ଭାଇଭଉଣୀ ମାନେ ଅଂଶଗ୍ରହଣ କରିଥିଲେ । କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସୁଧିର ଦୀପ, ଦ୍ୱିତୀୟ ସ୍ଥାନ ବିଜୟ କୁମାର ପୃଷ୍ଟି ଓ ଛାୟାସ୍ନିଗ୍ଧା ସାହୁ ଏବଂ ତ୍ରୁତୀୟ ସ୍ଥାନରେ ବିମଳ କୁମାର ଏବଂ ରିଙ୍କି ମହାକୁଡ ବିଜୟୀ ହୋଇଛନ୍ତି । ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଶିବାନନ୍ଦ ପଣ୍ଡା, ଦ୍ୱିତୀୟ ସ୍ଥାନରେ ଦେବାର୍ଚ୍ଚନ ପ୍ରଧାନ ଓ ବିଜୟ କୁମାର ପୃଷ୍ଟି ଏବଂ ଶ୍ୱେତକୁମାର ସାହୁ ଓ ଜୟଶ୍ରୀ ମହାକୁଳ ତ୍ରୁତୀୟ ସ୍ଥାନରେ ଅଧିକାର କରିଛନ୍ତି । ବିଜୟୀ ପ୍ରତିଯୋଗୀ ମାନଙ୍କୁ ଉତ୍ତରୀୟ ଏବଂ ଟ୍ରଫି ଦେଇ ସମ୍ମାନିତ କରାଗଲା । ବୌଦ୍ଧ ସହରରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବୁଦ୍ଧ ପାର୍କରୁ ବୁଦ୍ଧ ଦେବଙ୍କ ପୂଜାର୍ଚ୍ଚନା କରିବା ପରେ ମଶାଲ ବାହାର କରି ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଗଲା । ବୌଦ୍ଧ ଗର୍ଜନ ସେନା ଆଗାମି ଦିନର ମା ମାଟି ବୌଦ୍ଧର ସର୍ବାଙ୍ଗୀନ ବିକାଶ ପାଇଁ ସେବା, ସଂସ୍କାର ଓ ସଂଘର୍ଷକୁ ମୁଳମନ୍ତ୍ର କରି ଲଢେଇ ଜାରି ରହିବ ବୋଲି ଗର୍ଜନ ସେନା ପ୍ରମୁଖ ବାଲ୍ମିକୀ ମହାକୁଡ ପ୍ରକାଶ କରିଛନ୍ତି ।

Comments (0)
Add Comment