ବୌଦ୍ଧଜିଲ୍ଲା: ଆଜି ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୭୫ ପଜିଟିଭ ଚିହ୍ନଟ

ବୌଦ୍ଧ,୩/୫ – ଆଜି ବୌଦ୍ଧଜିଲ୍ଲାରେ ରେକର୍ଡ ସଂଖ୍ୟକ ୧୭୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୭୫ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ମୋଟ ୩୭୭୩ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ ପଞ୍ଚାୟତ ଛତନିଆକଟାରୁ ଜଣେ, ବଘିଆପଡା ପଞ୍ଚାୟତ କନେକପୁର ଗ୍ରାମରୁ ୧ଜଣ, ବହିରା ପଞ୍ଚାୟତ କଣ୍ଠାରୁ ୧ଜଣ, ବନ୍ଧାପଥର ପଞ୍ଚାୟତ ଲମ୍ବକାନିରୁ ୧ଜଣ, ବୌଦ୍ଧରୁ ୨ଜଣ, ଖୁଣ୍ଟବନ୍ଧ ପଞ୍ଚାୟତ ପୋଲାମରୁ ଜଣେ, ତେଲିବନ୍ଧ ପଞ୍ଚାୟତ ତେଲିବନ୍ଧରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ଆଡେଣିଗଡ ଓ କରୁଣାପାଲିରୁ ୨ଜଣ ଲେଖାଏଁ, ବାମଣ୍ଡା ପଞ୍ଚାୟତ ବାମଣ୍ଡା ଗ୍ରାମରୁ ଜଣେ, ବନ୍ଧାପଥର ପଞ୍ଚାୟତ ବନ୍ଧାପଥର ଗ୍ରାମରୁ ୨ଜଣ, ବାଣୀଭୂଷଣପୁର ପଞ୍ଚାୟତ ଚାରିଛକ ଗ୍ରାମରୁ ୩ଜଣ, ବୀରନରସିଂପୁର ପଞ୍ଚାୟତ ନୂଆପଡା, ପଲସାକୁଟୁଣି ଗ୍ରାମରୁ ଜଣେ ଲେଖାଁଏ, ଧଳପୁର ପଞ୍ଚାୟତ ଧଳପୁର ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ହରଭଙ୍ଗା ପଞ୍ଚାୟତ ହରଭଙ୍ଗା ଗ୍ରାମରୁ ସର୍ବାଧିକ ୪୧, ନୂଆକୋଡାସିଙ୍ଗା ଗ୍ରାମରୁ ୧୭ଜଣ, ସମ୍ବଲପୁର ଗ୍ରାମରୁ ୨୮ଜଣ, ଲୁଣିବାହାଲ ପଞ୍ଚାୟତ ଘଣ୍ଟାପାଲି ଗ୍ରାମରୁ ଜଣେ, ମହାଲିକପଡା ପଞ୍ଚାୟତ ଭାବାପୁର ଗ୍ରାମରୁ ଜଣେ, ମଥୁରା ପଞ୍ଚାୟତ ପଙ୍କୁଆଲା ଗ୍ରାମରୁ ଜଣେ, ରାଧାନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ୨ଜଣ, ସାଂପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରୁ ୬ଜଣ, ସଙ୍କୁଲେଇ ପଞ୍ଚାୟତ ମଲ୍ଲିକପଡା ଗ୍ରାମରୁ ୨ଜଣ, ସରସରା ପଞ୍ଚାୟତ କାଲେଶ୍ୱର ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ଟଭାପଦର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ବୀରାସିଙ୍ଗପୁର ଓ ମଲ୍ଲିକୁଦ ଗ୍ରାମରୁ ଜଣେ ଲେଖାଏଁ, ବିଳାସପୁର ପଞ୍ଚାୟତ ପାଣିଦ୍ରିପଡା ରୁ ୪ଜଣ, ସାନରାହାଜୋରରୁ ଜଣେ, ଦପଲା ପଞ୍ଚାୟତ ଦପଲା ଗ୍ରାମରୁ ୩ଜଣ, ବଉଳସିଙ୍ଗା ଗ୍ରାମରୁ ଜଣେ, ଘଣ୍ଟାପଡା ପଞ୍ଚାୟତ ଘଣ୍ଟାପଡା ଗ୍ରାମ ଓ ଶ୍ରୀମଲରୁ ଜଣେ ଲେଖାଁ, ଘିକୁଣ୍ଡି ପଞ୍ଚାୟତ ତୁଣ୍ଡୁମାଲ, ଜୟଦପୁର ଓ ଗୁଡଭେଲିପଦର ଗ୍ରାମରୁ ଜଣେ ଲେଖାଁ, ଗୁଡଭେଲିପଦର ପଞ୍ଚାୟତ ଡଙ୍ଗାଝୋଲି ଗ୍ରାମରୁ ଜଣେ, କଣ୍ଟାମାଳ ପଞ୍ଚାୟତ କଣ୍ଟାମାଳରୁ ୪ ଜଣ, ବଡଛପାପାଲି, ବରଗାଁ, ବନ୍ଧପାଲି, ଗାଡିଆଜୋର ଗ୍ରାମରୁ ଜଣେ ଲେଖାଁ, ଖଲିଆପାଲି ପଞ୍ଚାୟତ ମଦରନ୍ଧା ଗ୍ରାମରୁ ଜଣେ, ଖଟଖଟିଆ ପଞ୍ଚାୟତ କୁମରକେଲି ଗ୍ରାମରୁ ଜଣେ, ଖୁଣ୍ଟିଗୋରା ପଞ୍ଚାୟତ ମଶିଣାଗୋରାରୁ ଜଣେ, ଲମ୍ବସରି ପଞ୍ଚାୟତ ଲମ୍ବସରିରୁ ଜଣେ, ମନମୁଣ୍ଡା ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ୨ଜଣ ଓ ଖଇରମାଲ ଗ୍ରାମରୁ ଜଣେ, ରୁଣ୍ଡିମହୁଲ ପଞ୍ଚାୟତ ପଞ୍ଚଖଣ୍ଡି ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ଏନଏସିରୁ ୱାର୍ଡ ନଂ ୧୨ବୁଟୁପାଲି, ୱାର୍ଡ ନଂ ୧୧ ରାଜନପାଲି, ୱାର୍ଡ ନଂ ୪ ଗଣେଶବଜାର, ୱାର୍ଡ ନଂ ୫ ସୁଦସାହିି, ୱାର୍ଡ ନଂ ୬ ବାବୁସାହି, ଗାନ୍ଧୀଛକ, ୱାର୍ଡ ନଂ ୭ ରାଜବାଟୀ, ୱାର୍ଡ ନଂ ୮ ପୋଡାପୋଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୱାର୍ଡ ନଂ ୧୫ ଖଲିଆବଗିଚା ଓ ୱାର୍ଡ ନଂ ୨ ବଗିଚାସାହିରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିପର୍ଯ୍ୟନ୍ତ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୨୯୧୯, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୮୩୯, ରିପୋର୍ଟ ଅପେକ୍ଷାରେ ୫୨୫ ଜଣ ଥିବାବେଳେ ମୃତ୍ୟୁସଂଖ୍ୟା ୧୫ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments (0)
Add Comment