ବୌଦ୍ଧ,୧୮/୯- ପ୍ରିୟମ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର” କାଁଏଜେ ନାଇଁ ଦେମି ରକତ’ ର ସୁଟିଂ ଆରମ୍ଭ ହୋଇଯାଇଛି । ଏଥିରେ ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଜିଲ୍ଲା ସ୍ଥାନୀୟ କଳାକାରମାନଙ୍କୁ ନେଇ ସୁଟିଂ କାର୍ଯ୍ୟକ୍ରମ ଯୋଗୁଁ କଳାକାରମାନେ ବେଶ ଉତ୍ସାହିତ ଅଛନ୍ତି । ଏଭଳି ଏକ ସଚେତନତା ଧର୍ମୀ ଚଳଚ୍ଚି଼ିତ୍ର ସାଧାରଣ ଲୋକଙ୍କ ମନକୁ ବେଶ ଛୁଇଁପାରିବ ବୋଲି ,ପ୍ରୟୋଜକ ମନୋଜ ପଣ୍ଡା ଓ ନିର୍ଦ୍ଦେଶକ ଲକ୍ଷ୍ମଣ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ରାଜେନ୍ଦ୍ର ବାରିକ, ଗୋବର୍ଦ୍ଧନ ବସ୍ତିଆ, ରଂଜୁ ଅମାତ, ଆଶୁତୋଷ ପୂଜାହାରୀ, ଅଞ୍ଜଳି ପାଢ଼ୀ, ଅଜିତ ବସ୍ତିଆ, କ୍ଷେତ୍ରବାସୀ ପ୍ରଧାନ,ଶିବ କମ୍ପ, ପିଙ୍କି ବେଗମ, ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । କ୍ୟାମେରା ମେନ ଭାବେ ରାଧାକାନ୍ତ ସିଂ ଓ ସହଯୋଗୀ ଭାବେ ସୀତାକାନ୍ତ ସିଂ ସହଯୋଗ କରିଥିଲେ ।