ବୌଦ୍ଧ,୯/୭- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ପାତର ଅନ୍ତର ଓ ବ୍ୟାପକ ଦୁର୍ନୀତି, ଗୋଟିଏ ପରିବାରର ଦୁଇରୁ ଅଧିକ ଘର ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନଦେବା ଓ ଅଯୋଗ୍ୟଙ୍କୁ ଘର ଦେବା, ବ୍ଳକରେ ଦରଖାସ୍ତ ଦେଇଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଆଜିପର୍ଯ୍ୟନ୍ତ ଘରନଦେବା ଏବଂ ପ୍ରତି ଘର ଯୋଗାଣରେ ବ୍ୟାପକ ଲାଞ୍ଚ କାରବାର ବିରୁଦ୍ଧରେ ପ୍ରତିବାଦ ସଭା କରାଯାଇ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ଉପରେ ଏକ ଦାବିପତ୍ର ସ୍ଥାନୀୟ ବିଡ଼ିଓ ବୌଦ୍ଧଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଓଡିଶାଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଦାନ କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କ ପ୍ରତିଶୃତି ଅନୁଯାୟୀ ୨୦୨୨ ସୁଦ୍ଧା ସାରା ଭାରତବର୍ଷରେ ସମସ୍ତ ଗରିବ ଲୋକଙ୍କୁ ଛାତ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ଦୁଃଖର ବିଷୟ ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି ।
ଆଜିର ଏହି ଘେରଉ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ କହ୍ନେଇ ଚରଣ ଡାଙ୍ଗ, ମାଗୁଣୀ ଗାଇଗୌରିଆ, ଶ୍ରୀମତି ମିନାରାଣୀ ମିଶ୍ର , ଯୁବ ନେତା ଇଂ. ରାକେଶ ତ୍ରିପାଠୀ, ବିଶିକେସନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର , ସତ୍ୟନନ୍ଦ ପାଣ୍ଡେ, ତାପସ ପଟ୍ଟନାୟକ, ସୁଶାନ୍ତ ବାଘ , ଶିବ କ୍ଷେତି , ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ପଙ୍କଜ କୁମାର ବାରିକ, ଶ୍ୟାମ ସୁନ୍ଦର ପୁରୋହିତ , ବବିତା ପ୍ରଧାନ , ରଶ୍ମିତା ହୋତା ,ରାଜୁ ଦେହୁରି , ନବୀନ ହୋତା , ଗଣେଶ ବେହେରା, ବାମନ ବାରିକ, ବାସୁଦେବ ଦେହୁରୀ, ଯୀଶୁ ପ୍ରଧାନ, ଦେବଦତ୍ତ ଦଲାଲ, ତ୍ରିବିକ୍ରମ ମହାକୁଳ, ବୈଦେହୀ ମେହେର, ସୁଭଦ୍ରା ବାଘ, ଶମ୍ଭୁ ଗାଇଗୌରିଆ, ଏକଲବ୍ୟ ମହାକୁଳ ପ୍ରମୁଖ ବହୁ ସଂଖ୍ୟାରେ ଦଳୀୟନେତା ନେତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ କରିଥିଲେ ।