୧୦ଦଫା ଦାବିନେଇ ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘର ଦାବିପତ୍ର ପ୍ରଦାନ

ବୌଦ୍ଧ,୧/୯: ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନକ୍ରମେ ଆଜି ବୌଦ୍ଧଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟମାନେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସ୍ଥାନୀୟ ବ୍ରିଜଛକରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭରମାନେ ଏକ ଶୋଭାଯାତ୍ରାରେ ଆସି ଏହି ଦାବିପତ୍ର ଦେଇଛନ୍ତି । ଦାବିଗୁଡିକ ମଧ୍ୟରେ ଜନସାଧାରଣଙ୍କ ଆକ୍ରୋଶରୁ ଡ୍ରାଇଭର ସମାଜ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରତି ୧୦୦ କି.ମି ଅନ୍ତରରେ ଗାଡି ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବିଶ୍ରାମାଗାର, ୫୫ ବର୍ଷ ପରେ ପେନସନ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କା ବୀମାରାଶି, ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା ବୀମା ସହିତ ଚିକିତ୍ସାପାଇଁ ଡ୍ରାଇଭରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା, ସେମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା, ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା, ଜନସାଧାରଣ ହଠାତ୍‌ ରାସ୍ତାରୋକ କରିବାଯୋଗୁଁ ଡ୍ରାଇଭରମାନଙ୍କ ଅସୁବିଧାକୁ ସରକାରଙ୍କ ତରଫରୁ ସୁଦୃଷ୍ଟି ଦେବାସହିତ ଇଲେକ୍ସନ ସମୟରେ କାର୍ଯ୍ୟକରୁଥିବା ଡ୍ରାଇଭରମାନଙ୍କୁ ଟିଏ ଡିଏ ସହିତ ବୋନସ ବ୍ୟବସ୍ଥା ଲାଗୁକରିବା ଆଦି ରହିଛି । ଏସବୁ ଦାବିଗୁଡିକ ପ୍ରତି ଯଦି ସରକାର ଅଣଦେଖା କରନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଡ୍ରାଇଭର ସଂଘ ଚେତାବନୀ ଦେଇଛି ।

Comments (0)
Add Comment