ବୌଦ୍ଧ,୨୦/୯ – କଣ୍ଟାମାଳ ବ୍ଲକ୍ ଘିକୁଣ୍ଡି ଗ୍ରାମ ପଂଚାୟତର ପଥରଖଣ୍ଡି ଗ୍ରାମରେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଘିକୁଣ୍ଡି ସରପଞ୍ଚ ପ୍ରମିଳା ଷାଣ୍ଢ ପଥରଖଣ୍ଡି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ସକାଳ ୮ ଘଣ୍ଟା ଠାରୁ ୨୨ ତାରିଖ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ପଥରଖଣ୍ଡି ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ପରିଧି ମଧ୍ୟରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ଗ୍ରାମବାସୀମାନଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ ।