ଜିଲ୍ଲା ସଂଗ୍ରହାଳୟକୁ ହୁଇଲ ଚେୟାର ଓ ପ୍ରାଚୀନ ମୁଦ୍ରା ଦାନ

ବୌଦ୍ଧ,୫/୨ – ପୁରୁଣା କଚେରୀ କୋଠାକୁ ଜିଲ୍ଲା ସଂଗ୍ରହାଳୟ ଭାବରେ ପ୍ରତିଷ୍ଠା କରାଯିବା ପରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରାଚୀନ ସାମଗ୍ରୀ ଦାନ କରିଛନ୍ତି । ଗତକାଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବରିଷ୍ଠ କବୟିତ୍ରୀ ସୁଶ୍ରୀ ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ ସଂଗ୍ରହାଳୟକୁ ବୁଲି ଆସୁଥିବା ଭିନ୍ନକ୍ଷମ ପରିଦର୍ଶକଙ୍କ ପାଇଁ ଗୋଟିଏ ହୁଇଲ ଚେୟାର ଜିଲ୍ଲାପାଳଙ୍କ ଜରିଆରେ ଦାନ କରିଛନ୍ତି । ସେହିପରି ସେ ସଂଗୃହିତ କରି ରଖିଥିବା ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀର ବହୁ ପ୍ରାଚୀନ ତାମ୍ରମୁଦ୍ରାର ଗୋଟିଏ ଆଲବମ୍‌ ମଧ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା ହେବା ପରେ ଅନେକ ବଦାନ୍ୟ ବ୍ୟକ୍ତି ନିଜ ପାଖରେ ସାଇତି ରଖିଥିବା ବିଭିନ୍ନ ପ୍ରାଚୀନ ସାମଗ୍ରୀ ଦାନ କରି ଚାଲିଛନ୍ତି । ସେହିପରି ସଂଗ୍ରହାଳୟ ବୁଲି ଲୋକେ ବିଭିନ୍ନ ପ୍ରାଚୀନ ସାମଗ୍ରୀ ଦେଖି ଅଭିଭୂତ ହେଉଥିବା ଦେଖିବାକୁ ମିଳୁଛି ।

Comments (0)
Add Comment