ବାଉଁଶୁଣୀ ଥାନା ଘେରଉ କଲା ବୌଦ୍ଧଜିଲ୍ଲା ବିଜେପି

ବୌଦ୍ଧ/ବାଉଁଶୁଣି,୨୯/୧୦- ଭାରତୀୟ ଜନତା ପାର୍ଟି ବୌଦ୍ଧଜିଲ୍ଲା ତରଫରୁ ବାଉଁଶୁଣି ଥାନା ଘେରାଉ ଓ ଦାବିପତ୍ର ପ୍ରଦାନ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ କରିବାକୁ ଦାବୀ କରାଯାଇ ଏହି ଘେରଉ କରାଯାଇଥିଲା । ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଏକ ପ୍ରତିନିଧି ଦଳ ବାଉଁଶୁଣୀ ଆଇଆଇସିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତ୍ରିବିକ୍ରମ ମହାକୁଳ, ଏକଲବ୍ୟ ମହାକୁଳ, ଅଜିତ ମହାକୁଳ, ଶମ୍ଭୁ ଗାଈଗୌରୀଆ, ପ୍ରଦେଶୀ ରଣା, କିଶୋର ସିଂହ, ଶ୍ରୀତମ ଡାଙ୍ଗ, କୈଳାଶ ନାଏକଙ୍କ ସହ ସମସ୍ତ ନେତୃବୃନ୍ଦ ଯୋଗଦାନ କରିଥିଲେ ।

Comments (0)
Add Comment