ବାଉଁଶୁଣୀ,୨୨/୧୦ – ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଡିମିରିପାଲି କେନ୍ଦ୍ର ଡୁମାଳ ସମାଜ ପକ୍ଷରୁ ପାଳିତ ହେଉଥିବା ମା ମାହେଶ୍ୱରୀଙ୍କ ଛତର ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି । କୋଭିଡ କଟକଣା ପାଳନ ମଧ୍ୟରେ ଆଶ୍ୱିନ ପୂର୍ଣ୍ଣିମା ଅବସରରେ ସମାଜର ପରମ୍ପରା ଅନୁଯାୟୀ ମାଙ୍କ ସମସ୍ତ ପୂଜା ରୀତିନୀତି କରାଯିବା ସହ ମାଙ୍କ ଛତ୍ରକୁ ମାକିରିକଣ ପୀଠରୁ ଗୁଡିଗମ୍ଭୀରାକୁ ଶୁକ୍ରବାର ବିଜେ କରାଯାଇଛି । କେନ୍ଦ୍ରର ପୂଜକ ପୁରୁଷୋତ୍ତମ ମହାକୁଳ ଓ ବଳରାମ ମହାକୁଳ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ସଭାପତି ହରିହର ମହାକୁଳ, ଉପସଭାପତି ଯୀଶୁ ପ୍ରଧାନ, ସଂପାଦକ ରଙ୍କନିଧି ସିଂହ, କୋଷାଧକ୍ଷ ଅନାମୁ ପ୍ରଧାନ, ଉପଦେଷ୍ଟା ବାଲିଚରଣ ସିଂହଙ୍କ ସମେତ କେନ୍ଦ୍ରର ସମସ୍ତ ଜାତି ସଦସ୍ୟ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।