ବୌଦ୍ଧ,୧୭/୭ – ସାଲୁଙ୍କୀ ମଧ୍ୟମ ଜଳସେଚନ ବିଭାଗର ନାୟକପଡା ନିକଟରେ ଥିବା କେନାଲ ଫଲ୍ ବିପଦଜନକ ଅବସ୍ଥାରେ ରହିଥିବା ଅଭିଯୋଗ ହୁଏ । ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବାଲିପଟା ଗ୍ରାମ ଠାରୁ ରତନପୁର୍ ଯାଇଥିବା ସାଲୁଙ୍କୀ କେନାଲର ନାୟକ ପଡା ଗୁମ୍ଫା ନିକଟରେ ଏହି ଫଲ୍ ରହିଛି । ଫଲ୍ ଚତୁଃପାର୍ଶ୍ୱରୁ ମାଟି ଧୋଇ ନେଇ ୧୦ ଫୁଟରୁ ଅଧିକ ଗଭୀର ଗର୍ତ୍ତ ହୋଇ ସାରିଲାଣି ମାତ୍ର ଜଳସେଚନ ବିଭାଗର ଦୃଷ୍ଟି ପଡି ପାରୁନଥିବା ଅଭିଯୋଗ ହୁଏ । ରାସ୍ତା ପାର୍ଶ୍ୱରେ ଏବଂ ପର୍ଯ୍ୟଟନସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ର ନିକଟରେ ଏହା ବିପଦଜନକ ଅବସ୍ଥାରେ ଥିବାରୁ କୌଣସି ସମୟରେ କିଛି ଅଘଟଣ ଘଟିବ କହିହେଉ ନାହିଁ । ସାଧାରଣ ଲୋକ ଓ ଗୋରୁ ଗାଈ କୌଣସି କାରଣରୁ ଫଲ୍ ନିକଟକୁ ଯଦି ଅକସ୍ମାତ୍ ଚାଲି ଆସନ୍ତି ତେବେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ବୋଲି ସ୍ଥାନୀୟ ଲୋକେ ଆଶଂକା ପ୍ରକାଶ କରୁଛନ୍ତି । ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।