ଲୋକନାଥ ପ୍ରଧାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା ଦେଲା ବିଜେପି

ବୌଦ୍ଧ,୬/୮ – ବିଜେପିର ଯୁବ ନେତା ଲୋକନାଥ ପ୍ରଧାନଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅନିର୍ଦ୍ଦିିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର ବିଜେପି କର୍ମୀ । ଲୋକନାଥ ପ୍ରଧାନ ଜଣେ ଦକ୍ଷ ବିଜେପି କର୍ମୀ ଥିଲେ ତେଣୁ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ବେଳେ ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍‌ ଅସଲ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିବା ବୌଦ୍ଧ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାର ସି ବି ଆଇ ତଦନ୍ତ ସହିତ ସ୍ୱର୍ଗତ ଲୋକନାଥଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଅସଲ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୌଦ୍ଧ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିିଷ୍ଟ କାଳପାଇଁ ଧାରଣ ଦେଇଛି ବିଜେପି । ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ମିଶ୍ରଙ୍କ ସମେତ ଅନେକ ବିଜେପି କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Comments (0)
Add Comment