ବୋଲେରୋ – ଡାଲା ଅଟୋ ମଧ୍ୟରେ ଧକ୍କା

ବୌଦ୍ଧ,୧୬/୭ – ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ରାମ୍ଭିକଟା ନିକଟରେ ଗୋଟିଏ ବଲେରୋ ଓ ଡାଲା ଅଟୋ ମଧ୍ୟରେ ଧକ୍କା ହେବାରୁ ଡାଲା ଅଟୋ ବହୁ ଦୂରକୁ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବୌଦ୍ଧ ଅଭିମୁଖେ ଆସୁଥିବା ଗୋଟିଏ ବଲେରୋ ସହ ରାମ୍ଭିକଟା ଅଂଚଳର ଗୋଟିଏ ଡାଲା ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ବଲେରୋ ଧକ୍କାରେ ଅଟୋଟି ବହୁ ଦୂରକୁ ଛିଟିକି ପଡି ରାସ୍ତା କଡର ଗଛ ଦେହରେ ବାଡେଇ ହୋଇ ଦୁର୍ଘଟଣା ହୋଇଛି । ଅଟୋର ପଛ ଡାଲା ଧକ୍କାରେ ଖୋଲିଯାଇ ଅଲଗା ହୋଇ ଯାଇଥିବା ଦେଖିବାକୁ ମିଳିଛି । ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

Comments (0)
Add Comment