ବୌଦ୍ଧ – ବାହାର ରାଜ୍ୟକୁ ଶ୍ରମିକ ନେବାକୁ ଆସିଥିବା ଦୁଇଟି ବସ୍ କୁ ଆଜି ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାକୁ ପ୍ରତିଦିନ ଏକାଧିକ ବାହାର ରାଜ୍ୟରୁ ଆସୁଥିବା ବସ୍ ମାନଙ୍କରେ ଶହ ଶହ ଶ୍ରମିକ କାମ କରିବାକୁ ଯାଉଛନ୍ତି l ଲକ୍ ଡାଉନ୍ ଯୋଗୁଁ ନିଜ ଘରକୁ ଫେରି ଆସିଥିବା ଶ୍ରମିକ ମାନେ କାମ ଧନ୍ଦା ନ ପାଇ ବେକାର ହୋଇ ବସି ରହିଥିବାରୁ ଓ ବର୍ତ୍ତମାନ ଅନଲକ 4 ରେ କଳ କାରଖାନା ଖୋଲି ଥିବାରୁ ସେମାନେ କର୍ମ ସଂସ୍ଥାନ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି | ଅପର ପକ୍ଷରେ ରାଜ୍ୟ ବାହାରୁ ଶ୍ରମିକ ମାନଙ୍କୁ ନେବାକୁ ଆସୁଥିବା ଗାଡି ଗୁଡିକ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ସବୁ ଜିଲ୍ଲାର ଆର.ଟି.ଓ. ମାନଙ୍କୁ ପରିବହନ କମିସନର୍ ନିର୍ଦ୍ଦେଶ ଦେଇଛନ୍ତି l ସେହି କ୍ରମରେ ଆଜି ବୌଦ୍ଧ ଜିଲ୍ଲାକୁ ଆସିଥିବା ଦୁଇଟି ବସର କାଗଜପତ୍ର ଯାଞ୍ଚ କରା ଯିବା ବେଳେ ଗାଡିର କାଗଜପତ୍ର ଓ ଆନୁସଙ୍ଗିକ ଅନୁମତି ନ ଥିବାରୁ ଆର. ଟି. ଓ. ଜବତ କରିଥିବା ସୂଚନା ମିଳିଛି l