ବୌଦ୍ଧର ୩ କୋରନା ଆକ୍ରାନ୍ତ ସୁସ୍ଥ ହେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଜଗତି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତିନିଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ କମି ଆସିଛି । ୩ଜଣ ଆକ୍ରାନ୍ତ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୁନର୍ବାର ପରୀକ୍ଷା ପରେ ସେମାନଙ୍କର ରିପୋର୍ଟ ନେଗେଟିଭ୍ ବାହାରିଥିବାରୁ ସେମାନଙ୍କୁ ସୁସ୍ଥ ବୋଲି ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି । ଆଜି ରାଜ୍ୟରେ ୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସେଥିରେ ଗଞ୍ଜାମର ୨୨, ବାଲେଶ୍ୱର ୧୫, ଭଦ୍ରକ ୫, ଯାଜପୁର ୩, ମୟୁରଭଞ୍ଜ ଓ ରାଉରକେଲାର ଜଣେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Comments (0)
Add Comment