ପୁରୁଣାକଟକ ଥାନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ହରଭଙ୍ଗା,୨୯/୧୦- ସାରାରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ଚର୍ଚ୍ଚାରେ ଥିବାବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରତିବାଦ ଜୋରସୋର ଦେଖିବାକୁ ମିଳିଛି । ଜିଲ୍ଲାରେ ମାରାଥନ ଭାବେ ଗତକାଲି ଆଉ ଆଜି ମମିତାଙ୍କୁ ନ୍ୟାୟ ଦାବିରେ ଅନେକ କାର୍ଯ୍ୟକ୍ରମ ହୋଇଛି । ଗତକାଲି ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଓ କରିଥିବାବେଳେ ଆଜି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ମାନଙ୍କରେ ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଥିବା ପୁରୁଣାକଟକ ଥାନାରେ ମଧ୍ୟ ଶତାଧିକ ବିଜେପି କର୍ମୀ ଆଜି ବିକ୍ଷୋଭ କରିଥିଲେ । ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଆଜି ହରଭଙ୍ଗା ବ୍ଲକର କୋଣ ଅନୁକୋଣରୁ ଶତାଧିକ କର୍ମୀ ଘେରାଓରେ ସାମିଲ ହୋଇଥିଲେ । ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାର ଜିଲ୍ଲାର ଏକ ପ୍ରତିନିଧି ଦଳ ପୁରୁଣାକଟକ ଆଇଆଇସିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପ୍ରଧାନ, ରବିନାରାୟଣ ପ୍ରଧାନ, ବାମନ ବାରିକ, ଯୁବନେତା ସୁବ୍ରତ ପ୍ରଧାନ, ଗରୁଡ ପ୍ରଧାନ, ଅର୍ଜୁନ ପାତ୍ରଙ୍କ ସମେତ ଶତାଧିକକର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment