ହରଭଙ୍ଗା ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା

ହରଭଙ୍ଗା,୨୯/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବର ଆଜି ତୃତୀୟ ସନ୍ଧ୍ୟାରେ ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବିଡ଼ିଓ ହରଭଙ୍ଗା ବିଜୟ ପ୍ରଧାନ, ଏବିଡ଼ିଓ ସୁବାସ ଚନ୍ଦ୍ର ଜାନୀ, ଲେଖକ ଓ ସଂଗୀତକାର ସତ୍ୟନାରାୟଣ ସାହୁ, କୁଶଙ୍ଗ ସମିତି ସଭ୍ୟ କାହ୍ନୁୁ ଚରଣ ନାଥ, ହରଭଙ୍ଗା ସମିତି ସଭ୍ୟ ଚିତ୍ତରଞ୍ଜନ ସେଠୀ, ମହାଲିକପଡା ସମିତି ସଭ୍ୟା ସୁଷମା ବେହେରା ମହୋତ୍ସବ ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା ଯୋଗ ଦେଇଥିଲେ । ହିମାଂଶୁ ଶେଖର ରାଉତ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ୧ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ନାଚ ଗୀତ ସହିତ ସୁନାମ ଧନ୍ୟା କଣ୍ଠଶିଳ୍ପୀ ଶୋଭା ରାଉତ, ଘୁଡକା -ତୁଷୁରା, ଯାତ୍ରା -ଯାତ୍ରା କଣ୍ଟାମାଳଙ୍କ ଦ୍ୱାରା ସୁନ୍ଦର କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ମୋହିତ କରିଥିଲା । ମହୋତ୍ସବ ପଡିଆକୁ ଆଜି ପଂଚାୟତ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବାବେଳେ ଡ୍ରାଇଭର ମହାସଂଘ ଦ୍ୱାରା ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଆଜି ତୃତୀୟଦିନରେ ମହୋତ୍ସବ ପଡିଆରେ ଦର୍ଶକଙ୍କ ଭିଡ଼ ଜମିଥିବାବେଳେ ବିଭିନ୍ନ ଖାଦ୍ୟ ଷ୍ଟଲ ଓ ଦୋକାନ ମାନଙ୍କରେ ଭିଡ ଦେଖିବାକୁ ମିଳିଛି ।

Comments (0)
Add Comment