୭ନମ୍ବର ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟିର ସାଧାରଣ ବୈଠକ

ହରଭଙ୍ଗା,୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଦେବଗଡ ରାମ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟିର ୭ନମ୍ବର ମଣ୍ଡଳ ସ୍ତରୀୟ ବିଜେପି କର୍ମକର୍ତ୍ତାଙ୍କୁ ନେଇ ମଣ୍ଡଳ ସଭାପତି ଗଣେଷ ବେହେରାଙ୍କ ତତ୍ୱାବଧାନରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ବହୁତ କମ୍‌ ସଂଖ୍ୟାରେ କାଯ୍ୟକ୍ଷମ ହୋଇଥିବା ବେଳେ, ଦୁର୍ନିତୀରେ ସୀମା ଟପିଯାଇଛି । ଏପରିକି ଆବାସ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁଁ ଦଳ ପକ୍ଷରୁ ବହୁ ଆନୋନ୍ଦଳନର ଚେତାବନୀ ଦେଇଥିଲେମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଏବଂ ଆଗାମୀ ଦିନରେ ଏହାର ଜବାବ ଦେବାପାଇଁ ଦଳ ପ୍ରସ୍ଥୁତ ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ପରିଶେଷରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ଆଗାମୀଦିନରେ ତ୍ରିସ୍ତରୀୟ ନିର୍ବାଚନରେ ଦଳ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ଭଲ ପ୍ରଦର୍ଶନ କିପରି କରିବ ସେନେଇ ଆଲୋଚନା କରାଯାଇଥିଲା । ବୈଠକରେ ଶମ୍ଭୁ ପ୍ରଧାନ, ସୁଦାମ ମେଣ୍ଡୁଳି, ନରେନ୍ଦ୍ର ଷାଣ୍ଡ, ସୁନିଲ କ୍ଷେତୀ, ସୂର୍ଯ୍ୟନାରାୟଣ ମହାପାତ୍ର, ଯୁଗଳ ସାହୁ, ଉସତ ପ୍ରଧାନ,କୈବଲ୍ୟ ପ୍ରଧାନ ପ୍ରମୁଖ ବିଜେପି କର୍ମୀମାନେ ଯୋଗଦେଇଥିଲେ ।

Comments (0)
Add Comment