ହରଭଙ୍ଗା,୧୬/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣୀ ବୋଷଙ୍କ (୯୫) ବର୍ଷରେ ପରଲୋକ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ହରଭଙ୍ଗା ଅଞ୍ଚଳରେ ସେ ବେଲାରାଣୀ ନର୍ସ ଭାବେ ପରିଚିତ ଥିବାବେଳେ ସେ ୧୯୬୦ ମସିହାରେ ପ୍ରଥମେ ନର୍ସ ଭାବେ ଚାକିରିି ପାଇ ବ୍ଲକର ଧଳପୁର, ତୁକୁଲୁଣ୍ଡା, ଆଡେଣିଗଡ ଏପରିକି ବାଉଁଶୁଣି ଭଳି ଉପାନ୍ତ ଅଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରହି ନିଜର କାର୍ଯ୍ୟ କରିଆସୁଥିଲେ । ସେ ଜଣେ ଭଲ ଗାଇନିଂ ନର୍ସ ଭାବେ କାର୍ଯ୍ୟକରି ହଜାର ହଜାର ଶିଶୁମାନଙ୍କୁ ଉତ୍ତମ ସେବାଦେଇ ଜନ୍ମଲାଭ କରାଉଥିବାରୁ ତାଙ୍କୁ ବ୍ଲକ ବେଲାରାଣୀ ନର୍ସ ଭାବେ ପରିଚିତ ଥିଲେ ।
ତାଙ୍କର ମୃତ୍ୟୁ ଖବର ଶୁଣି ବନ୍ଧୁବାନ୍ଧବ ଶେଷ ଦର୍ଶନପାଇଁ ପହଞ୍ଚିଥିଲେ । ବାଧ୍ୟକ୍ୟ ହେତୁ ଘରେ ଶଯ୍ୟାଶାୟୀ ଥିଲେ । ତାଙ୍କର ଦ୍ୱିତୀୟ ପୁତ୍ର ଗୋକୁଳ ବୋସ୍ ମୁଖାଗ୍ନି ଦେଇଥିବାବେଳେ ମୃତ୍ୟୁବେଳକୁ ପାଖରେ ପୁଅ ବିଭୁଦତ୍ତ ବୋଷ୍ ,ପୁଅ, ଝିଅ, ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।