ସ୍ୱର୍ଗତ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ନାମରେ ଛକ ଓ ପ୍ରତିମୂର୍ତ୍ତି ସ୍ଥାପନକଲେ ଗ୍ରାମବାସୀ

ହରଭଙ୍ଗା,୨୬/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ କୃଷ୍ଣପାଲି ଗ୍ରାମର ସ୍ୱର୍ଗତ ଦୁଃଖୀଶ୍ୟାମ ପ୍ରଧାନଙ୍କ ନାମରେ ଛକ ଓ ତାଙ୍କର ପ୍ରତିମୃତ୍ତି ସ୍ଥାପନ କରିଛନ୍ତି ଗ୍ରାମବାସୀ । ସେ ଜଣେ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ହୋଇଥିବାବେଳେ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ପରୋପକାରୀ, ଲୋକମେଳାପୀ ଭାବେ ପରିଚିତ ଥିଲେ । ଗତବର୍ଷ କୋରନା ମହାମାରୀ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ ମଧ୍ୟ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କର ମୃତ୍ୟୁର ଏକବର୍ଷ ପୂର୍ତ୍ତି ଅବସରରେ କୃଷ୍ଣପାଲିରୁ ଦୁଃଖୀଶ୍ୟାମ ପ୍ରଧାନଙ୍କ ପ୍ରତିମୃତ୍ତିକୁ ଏକ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ ସହ ଆଣି ଗ୍ରାମର ଛକ ନିକଟରେ ପୂଜାର୍ଚ୍ଚନା କରିବାପରେ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା । ପରେ ଏକ ସଭାକାର୍ଯ୍ୟ କରି ଉପସ୍ଥିତ ଥିବା ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରଧାନଙ୍କ ବଡ଼ପୁଅ ରଜନୀକାନ୍ତ ପ୍ରଧାନ, ସୁଶାନ୍ତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ସରୋଜ ପ୍ରଧାନଙ୍କ ସମେତ ପରିବାର ବନ୍ଧୁ ଓ ଅଞ୍ଚଳ ର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ ।

Comments (0)
Add Comment