ହରଭଙ୍ଗା,୧୦/୨:- ବୌଦ୍ଧ ଜିଲ୍ଲାରେ ବିଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଂଶିକ ସଫଳତା ହାସଲ କରିଥିବା ନେଇ ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ବିଜେପି ମହଲରେ ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାରେ ଆଗାମୀ ନିର୍ବାଚନ ପାଇଁ ବିଜେପି ନିଜର ବୁଥସ୍ତରରୁ ମଜଭୁତ କରିବା ପାଇଁ ଶକ୍ତିକେନ୍ଦ୍ର ସ୍ଥାପନ କରି ଲୋକଙ୍କ ପାଖକୁ ପହଞ୍ଚିବାକୁ ଯୋଜନା ପ୍ରସ୍ତୁତ କରିଛି । ଆଜି ତିଲେଶ୍ୱର ପଞ୍ଚାୟତ ଘିମୁହାଣୀ ଠାରେ ଶକ୍ତିକେନ୍ଦ୍ର ଗଠନ ନେଇ ଏକ ବୈଠକ ବିଜେପି ନେତା ବିକ୍ରମ ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ମାଗୁଣି ଗାଈଗୌରିଆ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ବନମାଳୀ ରଣା, ଜିଲ୍ଲା ସାଧାରଣ ସମ୍ପାଦକ ତାପସ ପଟ୍ଟନାୟକ ଓ ମଣ୍ଡଳ ସଭାପତି ବାମନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ବିକ୍ରମ ପ୍ରଧାନଙ୍କୁ ତିଲେଶ୍ୱର ଶକ୍ତିକେନ୍ଦ୍ରର ପ୍ରମୁଖ ଭାବେ ଚୟନ କରାଯାଇଥିଲା । ଆଗାମୀ ଦିନରେ ବିଜେପି ଲୋକଙ୍କ ପାଖରେ ପହଂଚିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିଭଳି ବୁଥ ସ୍ତରରେ ବିଜେପି ଆହୁରି ମଜବୁତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ବିକ୍ରମ ପ୍ରଧାନ ସଂଯୋଜନା କରିଥିବାବେଳେ ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସୁଧୀର ରଣା, ପ୍ରଶାନ୍ତନନ୍ଦ ବେହେରା, କୈଳାସ ରଥ, ବିଜୟ ବେହେରା, ଲଳିତ ପାତ୍ର, ବିଜୟ କର୍ଣ୍ଣ, ମହେଶ୍ୱର ମହାପାତ୍ର, ସୁଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।