ହରଭଙ୍ଗା,୧୩/୭ – ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଖରଭୁଇଁ ଠାରେ ପ୍ରଶାସନର ଅନୁମତି କ୍ରମେ ଛତୁଫୁଟିଲା ଭଳି କ୍ରସର ଗଢି ଉଠିଥିବାବେଳେ , ଅଂଚଳରେ ଦିନକୁ ଦିନ ପରିବେଶ ଖରାପ ହେବାସହ ଗୋଟିଏ ଗ୍ରାମରେ କିପରି ୪ ଟି ଲେଖାଏଁ ପଥର କ୍ୱାରିକୁ ଅନୁମତି ଦିଆଗଲା ଏବଂ ସମସ୍ତ କ୍ରସରକୁ ବନ୍ଦକରିବା ନେଇ ଅଂଚଳ ମହିଳା ମହାସଂଘ ପକ୍ଷରୁ ଆଜି ଏକ ରାଲି କରାଯାଇଥିଲା । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଶତାଧିକ ମହିଳାମାନେ ପ୍ଲାକ୍ କାର୍ଡଧରି ନାରାବାଜି ଦେବାସହ ,ତୁରନ୍ତ କ୍ରସର ହଟାଅ ଛତ୍ରଙ୍ଗ ବଂଚାଅ ଏଭଳି ନାରାବାଜି ଦେଇ ବାହାରିଥିଲେ । ପରେ ତହସିଲ୍ କାର୍ଯ୍ୟାଳୟ ଆଗରେ ରାଲି ପହଞ୍ଚିବାପରେ ମହାସଂଘର ସଦସ୍ୟାମାନେ ଧାରଣାରେ ବସିରହିଥିଲେ ।
ପରେ ୯ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ତହସିଲ୍ ପ୍ରଶାସନର ଅପାରଗତା ଓ ଜାଣିଶୁଣି ପଥର ମାଫିଆଙ୍କୁ ପ୍ରଶୟ ଦେବା , ତୁରନ୍ତ ସମସ୍ଥ ପଥର କ୍ୱାରିକୁ ବନ୍ଦ କରିବା ନଚେତ୍ ଆଗାମୀଦିନରେ ସମସ୍ତ ମହିଳାମାନେ ବାଧ୍ୟହୋଇ ରାଜରାସ୍ଥାକୁ ଓହ୍ଲାଇବ ବୋଲି ଚେତାବନୀ ଦେବାସହ ତହସିଲ୍ଦାର୍ଙ୍କ ଜରିଆରେ ଜିଲ୍ଲାପାଳ ଏବଂ ଓଡିଶା ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।