କିଡନି ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଶିକ୍ଷକଙ୍କ ମୃତ୍ୟୁ: ଶୁଦ୍ଧିକ୍ରିଆ ପାଇଁଁ ସ୍ତ୍ରୀର ଚିନ୍ତା, ତିନିମାସ ହେଲା ମିଳିନି ଦରମା

ହରଭଙ୍ଗା୧୭/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଶଙ୍କୁଲେଇ ପଂଚାୟତର ପଦାମାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠୀ (୩୫)ଙ୍କ ଗତକାଲି କିଡନି ଆକ୍ରାନ୍ତ ଓ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ଶଙ୍କରଡା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ ପାଠ ପଢାଉଥିବାବେଳେ , ୬ମାସ ପୂର୍ବରୁ ଶରୀରର ଦୁଇଟିଯାକ କିଡନି ଖରାପ ହେବାସହ ମୁତ୍ରାଶୟ କ୍ୟାନ୍ସର ରୋଗରେ ପୀଡିତ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏପଟେ ପୂର୍ଣ୍ଣଚନ୍ଦଙ୍କ ପରିବାରରେ ସ୍ତ୍ରୀ ଙ୍କ ସମେତ ତିନୋଟି ଝିଅ ଓ ବୁଢିମା ଥିବାବେଳେ , ତିନିମାସ ହେଲା ଦରମା ମିଳିନାହିଁ । ଫଳରେ ପୂର୍ଣ୍ଣଚନ୍ଦ୍ର ଘରର ରୋଜଗାରକ୍ଷମ ଥିବାବେଳେ ୫ଜଣ ମହିଳାସଦସ୍ୟ ସର୍ବଦା ନିର୍ଭର କରିଚଳୁଥିଲେ । କିନ୍ତୁ ବର୍ତ୍ତମାନ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ନେଇ ପୁରା ପରିବାର ଭାଙ୍ଗିପଡିଛନ୍ତି । ଏପଟେ ପାଖରେ କାଣିକଉଡିଟିଏ ନଥିବାରୁ ସ୍ୱାମୀର ଶୁଦ୍ଧକ୍ରିୟା କରିବାପାଇଁ ସ୍ତ୍ରୀ ଚିନ୍ତାରେ । ତେଣୁ ବର୍ତ୍ତମାନ ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅସହାୟ ଶିକ୍ଷକଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି । ଶିକ୍ଷକଙ୍କ ମୃତ୍ୟୁକୁ ନେଇ ହରଭଙ୍ଗାବ୍ଲକର ପ୍ରାଥମିକ ଶିକ୍ଷକଙ୍କ ଭିତରେ ଶୋକରଛାୟା ଖେଳିଯାଇଛି ।

Comments (0)
Add Comment