ମନ୍ତ୍ରୀଙ୍କଦ୍ୱାରା ଅନୁକମ୍ପା ରାଶି ପ୍ରଦାନ, ୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷରୁ ଉର୍ଦ୍ଧ୍ୱ ରାଶି

ବୌଦ୍ଧ/ହରଭଙ୍ଗା ,୧୩/୧- କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତା ରାଶିର ଏକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଂଚାୟତ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବବ୍ରତ କଂପ, ବୌଦ୍ଧ ଡିଭିଜନ କେନ୍ଦୁପତ୍ର ଅଧିକାରୀ ଅରବିନ୍ଦ ମହାନ୍ତି, କରଞ୍ଜକଟା ସରପଞ୍ଚ ନିହାର ରଞ୍ଜନ ଘୋଷ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତି କେନ୍ଦୁପତ୍ରର ଲାଭାଂଶ ଯେଉଁଭଳି ଭାବରେ ସିଧାସଳଖ ଲୋକମାନଙ୍କ ପାଖରେ ପହଞ୍ଚୁଛି ଓ ବୌଦ୍ଧଜିଲ୍ଲାରେ କେନ୍ଦୁପତ୍ରରୁ ରୋଜଗାର ହେଉଥିବା ଆୟ ଅଟକଳ ଜନସାଧାରଣଙ୍କ ଆଗରେ ଆଲୋକପାତ କରିବା ସହିତ ବିଗତ ୨୦୨୨ରେ ବୌଦ୍ଧଜିଲାରୁ ୧କୋଟି୧୭ଲକ୍ଷରୁ ଉର୍ଦ୍ଧ୍ୱ ଆୟ ଅଟକଳ ହୋଇଥିବା କହିଥିଲେ । କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସାମୟିକ କର୍ମଚାରୀଙ୍କ ପାଇଁ ମୃତ୍ୟୁଜନିତ ଓ ଅବସରଜନିତ ଅନୁକମ୍ପା ରାଶି ବୌଦ୍ଧ ଜିଲ୍ଲାରେ ସର୍ବମୋଟ ୮୩ଜଣଙ୍କୁ ଏକ କୋଟି ସତର ଲକ୍ଷ ଟଙ୍କାର ସହାୟତା ରାଶି ମାନ୍ୟବର ମନ୍ତ୍ରୀ ସ୍ୱହସ୍ତରେ ଅନଲାଇନ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନାଞ୍ଚଳର ସମସ୍ତ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment