ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ତାଳସରଡ଼ । ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ଅଭିଯୋଗ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୧୭୭ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏଥିରୁ ତତ୍କାଳୀନ ୧୨୦ ଟି ଅଭିଯୋଗର ଶୁଣାଣୀ ହୋଇଥିଲା । ଅବଶିଷ୍ଟ ୫୭ଟି ଅଭିଯୋଗ ପର୍ଯ୍ୟାୟକ୍ରମେ ସମାଧାନ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଯୁଗ୍ମ ଶିବିରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମିନା, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ର କହଁର ଉପସ୍ଥିତ ଥିଲେ । ବୌଦ୍ଧ ବ୍ଳକ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ ଶିବିର ପରିଚାଳନା କରିଥିଲେ । ଶିବିରରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ସିଡ଼ିପିଓ ମିନତୀ ଦେଓ ଉପସ୍ଥିତ ଥିଲେ । ତାଳସରଡ଼ । ପଂଚାୟତର ପିଇଓ ସୌଦାମିନୀ ନାଏକ, ସରପଞ୍ଚ ସସ୍ମିତା ପାଣ୍ଡେ, ଗ୍ରାମ ରୋଜଗାର ସେବକ ଅମିତ କର୍ଣ୍ଣ, ସ୍ୱେଚ୍ଛାସେବୀ ପ୍ରଶାନ୍ତ ପ୍ରଧାନ ଓ ୱାର୍ଡ ସଭ୍ୟମାନେ ସହଯୋଗ କରିଥିଲେ ।

Comments (0)
Add Comment