ଘରୋଇ ସଂସ୍ଥା କ୍ଷୀର ନନେବାରୁ କ୍ଷୀର ଧରି ଘରକୁ ଫେରିଲେ ଦୁଗ୍ଧ ଚାଷୀ

ଜହ୍ନ ।ପଙ୍କ,୧୬/୫:- ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ତାଙ୍କ ରହିବାପାଇଁ ଗୁହାଳ ଯୋଗାଇ ଦେଉଛନ୍ତି । କିନ୍ତୁ ଉତ୍ପାଦିତ କ୍ଷୀରର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କରେ ଥିବା ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତି ପକ୍ଷରୁ । ଆଜି ବୌଦ୍ଧ ଜିଲ୍ଲା ଜହ୍ନ ।ପଙ୍କଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାମତେ ୧୯୯୨ ମସିହାରୁ ଜହ୍ନ ।ପଙ୍କଠାରେ ସ୍ୱର୍ଗତ ଅଖିଳ ପ୍ରସାଦ ମିଶ୍ରଙ୍କ ପ୍ରଚେଷ୍ଟାରେ ଚାରିଶମ୍ଭୁ ଦୁଗ୍ଧ ସେବା ସମବାୟ ସମିତି ଆରମ୍ଭ ହୋଇଥିଲା । କିଛି ବର୍ଷ ବନ୍ଦ ହେବା ପରେ ୨୦୧୬ ମସିହାରେ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ପ୍ରଚେଷ୍ଟାରେ ପୁନଃ କାର୍ଯ୍ୟକ୍ଷମ ହେଲା । ସେହିଦିନ ଠାରୁ ଓମ୍‌ଫେଡକୁ କ୍ଷୀର ଦିଆଯାଉଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଓମ୍‌ଫେଡ କ୍ଷୀର ନନେବାରୁ ସେହିଦିନଠାରୁ ସମିତି ପକ୍ଷରୁ ଚାରିଛକର ଏକ ଘରୋଇ ସଂସ୍ଥାକୁ କ୍ଷୀର ଦିଆଯାଉଥିଲା । ଦିନକୁ ଦିନ କ୍ଷୀର ପରିମାଣ ବୃଦ୍ଧି ହେଉଥିବାରୁ ଏବଂ ଏହି ଘରୋଇ ସଂସ୍ଥା ଏକ ନିର୍ଦ୍ଦିିଷ୍ଟ ପରିମାଣର କ୍ଷୀର ନେଉଥିବାରୁ ସମିତିର ସଭ୍ୟମାନେ ୨୦୨୨ ଅପ୍ରେଲ ମାସରେ ତତ୍କାଳୀନ ବୌଦ୍ଧ ଜିଲ୍ଲାପାଳ, ସିଡିଭିଓଙ୍କୁ ଓ ସ୍ଥାନୀୟ ବିଧାୟକଙ୍କୁ ଭେଟି ଓମ୍‌ଫେଡକୁ କ୍ଷୀର ଦେବାପାଇଁ କହିଥିଲେ ଏବଂ ୧୫ ଦିନ ମଧ୍ୟରେ ଓମ୍‌ଫେଡ କ୍ଷୀର ନେବାର ବ୍ୟବସ୍ଥା କରୁଛୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ନକରିବାରୁ ଏକ ଘରୋଇ ସଂସ୍ଥାକୁ କ୍ଷୀର ଦିଆଯାଉଥିଲା । ଏହି ଘରୋଇ ସଂସ୍ଥା ଦୈନିକ ୨୫୦ ଲିଟର କ୍ଷୀର ନେଉଥିବାବେଳେ ଆଜି ଅଧିକ କ୍ଷୀର ହେବାରୁ ଉକ୍ତ ଘରୋଇ ସଂସ୍ଥା ଚାଷୀଙ୍କ କ୍ଷୀର ନେବାକୁ ମନା କରିବାରୁ ଘରୋଇ ସଂସ୍ଥାକୁ କ୍ଷୀର ନଦେବାକୁ ସମିତିର ସଭାପତି ପ୍ରଦୀପ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତ ।ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଘରୋଇ ସଂସ୍ଥା ଅଧିକ କ୍ଷୀର ନନେବା ପର୍ଯ୍ୟନ୍ତ ଦେବୁନାହିଁ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ ହେଲା । ଅଧିକ କ୍ଷୀର ହେଉଥିବାରୁ ଓମ୍‌ଫେଡ୍‌ କିପରି କ୍ଷୀର ନେବ ଏକ ପ୍ରତିନିଧି ଦଳ ବୌଦ୍ଧ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଭେଟିଥିଲେ । ଶ୍ରୀ କହଁର ସିଡିଭିଓଙ୍କ ସହିତ ଯୋଗାଯୋଗ କରି ଓମ୍‌ଫେଡ କିପରି କ୍ଷୀର ନେବ ସେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ତେବେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହାର ସମାଧାନ ନକଲେ ୪୦ଟି ଗ୍ରାମର ଶତାଧିକ ଦୁଗ୍ଧ ଚାଷୀ ଜାତୀୟ ରାଜପଥ ୫୭ କୁ ଜହ୍ନ । ପଙ୍କ ଛକ ଠାରେ କ୍ଷୀର ଢାଳିବା ସହିତ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ତେବେ କ୍ଷୀର ବିକ୍ରୀ କରିବାକୁ ଆସିଥିବା ସମସ୍ତ ଦୁଗ୍ଧ ଚାଷୀ ପ୍ରାୟ ୩୫୦ ଲିଟର କ୍ଷୀର ନେଇ ଘରକୁ ଫେରିଥିଲେ ।

Comments (0)
Add Comment