ଯୁବ ବ୍ୟବସାୟୀଙ୍କ ବିୟୋଗରେ ଦୋକାନ ବଜାର ବନ୍ଦ

ଜହ୍ନ ।ପଙ୍କ,୨୨/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଗ୍ରାମର ଯୁବ ବ୍ୟବସାୟୀ ଚନ୍ଦ୍ର ଶେଖର ପ୍ରଧାନ(୪୨) ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେଲା ବୋନ ଟିବିରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେ ବଣିକ ସଂଘର ସକ୍ରିୟ ସଭ୍ୟ ଥିଲେ । ଏହା ସହିତ ଜଣେ ଭଲ ମୃଦଙ୍ଗ ବାଦକ ଭାବେ ବେଶ ଜଣାଶୁଣା ଥିଲେ । ଦୀର୍ଘ ଦିନ ହେଲା ସେ ଜହ୍ନ ।ପଙ୍କ ସଂକୀର୍ତ୍ତନ ଦଳ ସହିତ ଜଡ଼ିତ ଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁଅ ରଜତ ପ୍ରଧାନ ମୁଖାଗ୍ନି ଦେଇଥିଲେ । ମାରୁତି ଯୁବକ ସଂଘ ତାଙ୍କରି ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛି । ଆଜି ମା ଗଜଲକ୍ଷ୍ମୀ ବଣିକ ସଂଘ ଜହ୍ନ ।ପଙ୍କ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବାସହିତ ବଣିକ ସଂଘ ଡ଼ାକରାରେ ଜହ୍ନ ।ପଙ୍କର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା ।

Comments (0)
Add Comment