ମେଗା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଓ ଟୀକାକରଣ ଶିବିର

ଜହ୍ନ ।ପଙ୍କ ,୮/୨:- ବୌଦ୍ଧ ଜିଲ୍ଲା ପ୍ରାଣୀସମ୍ପଦ ବିକାଶ ପକ୍ଷରୁ ବୌଦ୍ଧବ୍ଳକ ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ଆମଠାପଡା ଠାରେ ଏକ ମେଗା ଭ୍ରାମ୍ୟମାଣ ପ୍ର ।ଣୀ ଚିକିତ୍ସା ଓ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଆମଠାପଡ଼ା, ଭୁକ୍ତାପଡ଼ା ଏବଂ ମାଝୀସାହି ଗ୍ରାମର ଗୋପାଳକମାନେ ତାଙ୍କର ୪୦୦ ରୁ ଉର୍ଦ୍ଧ୍ୱ ପାଳିତ ଗାଈ, ବଳଦ, ଛେଳି, ମେଣ୍ଢା ଆଦି ପ୍ରାଣୀ ଶିବିରକୁ ଆଣିଥିଲେ । ସେମାନଙ୍କୁ ଆବଶ୍ୟକ ଚିକିତ୍ସା କରିବା ସହିତ ପ୍ରତିଷେଧକ ଟୀକା ଦିଆଯାଇଥିଲା । ଏବଂ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ବଘିଆପଡ଼ା ପ୍ରାଣୀ ଚିକିତ୍ସକ ଡ଼ଃ ରଥ ଡୁଙ୍ଗଡୁଙ୍ଗ, ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ଡ଼ଃ ସୋନାଲି ରାଉତ ଯୋଗ ଦେଇ ପ୍ରାଣୀ ମାନଙ୍କଠାରେ ଦେଖାଦେଉଥିବା ବିଭିନ୍ନ ରୋଗର ତୁରନ୍ତ ଚିକିତ୍ସା ପାଇଁ ପରାମର୍ଶ ଦେବା ସହିତ ସଚେତନ କରିଥିଲେ । ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଶତ୍ରୁଘ୍ନ ପଢ଼ିଆରୀ, ସୁଶାନ୍ତ ସେଠୀ, ଚିତ୍ତରଞ୍ଜନ ବାଘ, ସମିତି ସଭ୍ୟ ସୁରଥ ବଧ, ସ୍ୱେଚ୍ଛାସେବୀ ଧରଣୀଧର ଲଉରିଆ, ଗ୍ରାମ ସଭାପତି ଗୋଲେଖ ଦନ ।ୟକ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment