ଚଣ୍ଡି ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଜହ୍ନ ।ପଙ୍କ,୧୪/୧: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡିବନ୍ଧ ହୁଡ଼ାରେ ନିର୍ମାଣ କରାଯାଇଥିବା ଚଣ୍ଡିମନ୍ଦିରର ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ସଭାପତି ଭୋଳାଗିରି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଲକ୍ଷ୍ମୀପ୍ରସାଦର ସରପଞ୍ଚ ପ୍ରତିନିଧି ମନରଞ୍ଜନ ପୁରୋହିତ, ବୌଦ୍ଧର ବିଶିଷ୍ଟ ଉଦ୍ୟୋଗପତି ମହେଶ ଅଗ୍ରୱାଲ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଏବଂ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଅର୍ଥ ଆଦାୟ କରାଯିବାପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅର୍ଥ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିପାଇଁ ଚଳିତ ମାସ ୧୮ ତାରିଖରେ ମନ୍ଦିର ପ୍ରାଙ୍ଗଣରେ ଚୂଡାନ୍ତ ବୈଠକ ବସିବାକୁ ଧାର୍ଯ୍ୟ କରାଗଲା । ବୈଠକରେ ପୂଜକ ଡମ୍ବରୁ ବେହେରା, ଦଶରଥ ପ୍ରଧାନ, ଚକ୍ର ମେହେର, ସାଗର ପ୍ରଧାନ, ଶ୍ରୀରାମ ପ୍ରଧାନ, ଅଧିକାରୀ ବେହେରା, ବୁରକଟା, ଚଣ୍ଡିତଲ, ମଝିଆଘରା, ଗୁଢୀଆଳି, ତେଲିବନ୍ଧ, ଜହ୍ନାପଙ୍କ, ନାରାୟଣନଗରର ଶତାଧିକ ଭକ୍ତ ଯୋଗଦେଇଥିଲେ ।

Comments (0)
Add Comment