୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ଚମ୍ପିୟାନ

ବୌଦ୍ଧ/ଜହ୍ନ ।ପଙ୍କ,୧୦/୧୧: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ସୋମବାର ଠାରୁ ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ତିନି ଫର୍ମାଟରେ ଫାଇନାଲ ଖେଳାଯାଇଥିଲା । ପ୍ରଥମ ଫର୍ମାଟରେ ଫୁଲବାଣୀ ଦଳ ୧୦ ଓଭରରେ ୮ ୱିକେଟ ହରାଇ ୭୦ ରନ କରିଥିଲେ । ଜବାବରେ ସମ୍ବଲପୁର ଦଳ ୭ ଓଭରରେ ୨ ୱିକେଟ ହରାଇ ୭୪ ରନ କରି ବିଜୟୀ ହୋଇଥିଲା । ଦ୍ୱିତୀୟ ଫର୍ମାଟରେ ଫୁଲବାଣୀଦଳ ୮ ଓଭରରେ ୫ ୱିକେଟ ହରାଇ ୫୯ ରନ କରିଥିଲେ । ଜବାବରେ ସମ୍ବଲପୁର ୩ ଓଭରରେ ୫ ୱିକେଟ ହରାଇ ୬୪ ରନ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ସମ୍ବଲପୁର ଦଳ ପକ୍ଷରୁ ସଞ୍ଜୟ ୨ ଇନିଙ୍ଗସରେ ଯଥାକ୍ରମେ ୪୦ଓ ୩୯ ରନ କରିଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜଭାବେ ପୁରସ୍କୃତ କରାଯାଇଥିଲା । ଆଜିର ଖେଳକୁ ସଲିଳ ପ୍ରଧାନ ଓ ସ୍ୱାଧୀନ ପ୍ରଧାନ ପରିଚାଳନା କରିଥିବା ବେଳେ ଅବନି ବାରିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଧାରା ବିବରଣୀ ଶମ୍ଭୁ ବାରିକ ଓ ସୁଶାନ୍ତ ଭୋଇ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ନାରାୟଣ ମିଶ୍ର ,ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ପ୍ରଫୁଲ୍ଲ ଚନ୍ଦ୍ର ଜେନା, ଈଶ୍ୱର ପ୍ରଧାନ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୧୨ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ପୁରସ୍କୃତ କରିଥିଲେ । ଏହି କ୍ରିକେଟ ପ୍ରତିଯୋଗିତାରେ ସମୁଦାୟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ମା ମାହେଶ୍ୱରୀ କ୍ରିକେଟ ଆସୋସିଏସନ ବୁରକଟା ଆନୁକୂଲ୍ୟରେ ତିନିଦିନ ବ୍ୟାପି ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ପୁଷ୍ପରାଜ ପ୍ରଧାନ, ସମୀର ପ୍ରଧାନ, ସୁଶାନ୍ତ ପ୍ରଧାନ, ସଚି କର୍ମୀ, କୈଳାସ ଅମାତ, ଅଜିତ ପ୍ରଧାନ, ପ୍ରୀତମ ପ୍ରଧାନ, ଜ୍ଞାନ ପ୍ରଧାନ, ମହେଶ ଅମାତ, ଦୁଷ୍ମନ୍ତ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment