ଯାତ୍ରୀବିଶ୍ରାମଗାର କାର୍ଯ୍ୟ ଆରମ୍ଭ ହେଲା

ଜହ୍ନ ।ପଙ୍କ,୨୦/୯- ବହୁ ପ୍ରତୀକ୍ଷାର ଅନ୍ତ ହେଲା । ବିଧାୟକ ଦେଇଥିବା ଶୁଭକୁ ବାସ୍ତବରେ ପରିଣତ କଲେ ସରପଞ୍ଚ ମିତ୍ରଭାନୁ ପ୍ରଧାନ । ଦୀର୍ଘଦିନର ଦାବି ପରେ ଗ୍ରାମର ସ୍ୱେଚ୍ଛାସେବୀ ସୁଧାଂଶୁ ଶେଖର ମିଶ୍ର, ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ଜହ୍ନ ।ପଙ୍କଠାରେ ଏକ ଯାତ୍ରୀବିଶ୍ରାମଗାର ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସରପଞ୍ଚ ଏହାକୁ ଗୁରୁତ୍ୱ ଦେବା ସହିତ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅନୁଦାନରୁ ୩ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ତେବେ ରବିବାର ଯାତ୍ରୀବିଶ୍ରାମଗାରର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଓ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ମିଶ୍ର, ସଂପାଦକ ଜଗଦୀଶ ବାରିକ,କୋଷାଧ୍ୟକ୍ଷ ସଞ୍ଜିତ ପ୍ରଧାନ, ସ୍ୱେଚ୍ଛାସେବୀ ସ୍ୱାଧୀନ ପ୍ରଧାନ ଓ ପ୍ରକାଶ ବାରିକ ସରପଞ୍ଚ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଯାତ୍ରୀବିଶ୍ରାମଗାର ସହିତ ମହିଳା ଓ ପୁରୁଷଙ୍କ ପାଇଁ ୟୁରିନାଲ ହେବ ବୋଲି ସୂଚନା ଦେଇଛନ୍ତି । ତେବେ ଶୀଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଶ୍ରୀ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

Comments (0)
Add Comment